Only for Entertainment

ଯୋଡା ମାଛ ଦୂର କରେ ଦୁର୍ଭାଗ୍ୟ !

redwoodaquatics
0 113

ରାଶିରେ ଯଦି ଗ୍ରହ ଦେଷଥାଏ ତେବେ ଘର ସହିତ କାର୍ଯ୍ୟସ୍ଥଳରେ ମଧ୍ୟ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ଏହା ସହିତ ସବୁ କାମ ଉପରେ ଏହାର ଖରାପ ପ୍ରଭାବ ପଡିବାକୁ ଲାଗିଥାଏ । ନକରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ଯଦି ଉପାୟ ପାଉନାହାଁନ୍ତି ତେବେ ଘରେ ମାଛ ଯୋଡାକୁ ରଖନ୍ତୁ । ଘର ଏବଂ କାର୍ଯ୍ୟାଳୟରେ ମାଛ ଯୋଡା ରଖିବା ଫଳରେ ସୌଭାଗ୍ୟ ବୃଦ୍ଧି ପାଇଥାଏ । ବାସ୍ତୁଶାସ୍ତ୍ର ଏବଂ ଫେଙ୍ଗଶୁଇ ଅନୁସାରେ ମାଛ ଯୋଡା ଘର ଏବଂ କାର୍ଯ୍ୟାଳୟର ନକରାତ୍ମକ ଶକ୍ତିକୁ ସକରାତ୍ମକ ଶକ୍ତିରେ ପରିଣତ କରିଥାଏ । ଫଳସ୍ୱରୂପ ବ୍ୟକ୍ତିର ନିର୍ଣ୍ଣୟ ନେବାର କ୍ଷମତା ଓ ମାନସିକ ଶକ୍ତି ବୃଦ୍ଧି ପାଇଥାଏ ।

ମାଛର ପ୍ରତିରୂପକୁ ଆକାଶର ତାରା ମାଧ୍ୟମରେ ମୀନ ରାଶି ରୂପେ ପ୍ରଦର୍ଶିତ ହୋଇଥାଏ । ଏବଂ ଏହାର ଆକୃତି ଦୁଇ ମାଛର ଯୋଡିକୁ ଦର୍ଶାଇଥାଏ । ଜ୍ୟୋତିଷଶାସ୍ତ୍ରରେ ଏହାକୁ ମୀନ ରାଶି ସଂଜ୍ଞା ଦିଆଯାଇଛି । ଏବଂ ମୀନ ରାଶିର ନିୟନ୍ତ୍ରଣ ଦେବତାଙ୍କର ଗୁରୁ ବୃହଷ୍ପତିଙ୍କ ପାଖରେ ରହିଥାଏ । ଦେବ ଗୁରୁ ବୃହଷ୍ପତିଙ୍କୁ ଶୁଭ ଗ୍ରହ ଭାବେ ଗ୍ରହଣ କରାଯାଇଛି ଯାହାର ପ୍ରଭାବରେ ବ୍ୟକ୍ତି ଜ୍ଞାନବାନ ହୋଇ ସୁଖ-ସମୃଦ୍ଧି, ମାନ-ସମ୍ମାନ, ସମାଜରେ ପ୍ରତିଷ୍ଠା ଅର୍ଜନ କରିଥାଏ । ମାଛ ଯୋଡା ଚିତ୍ରକୁ ବୃହଷ୍ପତିବାର ଦିନ ଘରେ କିମ୍ବା କାର୍ଯ୍ୟାଳୟରେ ଲଗାଇଲେ କିମ୍ବା ରଖିଲେ ଏହା ଶୁଭ ପରିଣାମ ଦେଇଥାଏ ।

ସଠିକ ଦିଗରେ ଝୁଲାନ୍ତୁ ମାଛ ଯୋଡା-

ବାସ୍ତୁଶାସ୍ତ୍ର ଅନୁସାରେ ମାଛ ଯୋଡା ଚିତ୍ରକୁ ସଠିକ ଦିଗରେ ଝୁଲାଇବା ଫଳରେ ସକରାତ୍ମକ ପ୍ରଭାବ ଶୀଘ୍ର ପ୍ରାପ୍ତ ହୋଇଥାଏ । ପୂର୍ବ ଦିଗ ଅଥବା ଉତ୍ତର ଦିଗ ଅଥବା ପୂର୍ବ-ଉତ୍ତର ଦିଗରେ କିମ୍ବା ଐଶାନ୍ୟ କୋଣରେ ମାଛ ଯୋଡା ଝୁଲାଇବା ଫଳରେ ଘରର ସଦସ୍ୟଙ୍କର ଭାଗ୍ୟୋଦୟ ହୋଇଥାଏ । ଏହାକୁ ଦୋକାନରେ ଝୁଲାଇବା ଦ୍ୱାରା ଆୟ ବୃଦ୍ଧି ହୋଇଥାଏ । ଏହା ସହିତ କାର୍ଯ୍ୟାଳୟରେ ମଧ୍ୟ ଉନ୍ନତି ହୋଇଥାଏ ।

ପ୍ରେମ ଏବଂ ସମ୍ପନ୍ନତାର ପ୍ରତୀକ ଗୋଲ୍ଡ ଫିସ-

ଫେଙ୍ଗଶୁଇ ଅନୁସାରେ ଗୋଲ୍ଡ ଫିସକୁ ସବୁଠାରୁ ଅଧିକ ପବିତ୍ର ଏବଂ ସମ୍ପନ୍ନତା ଦେଇଥାଏ । ଯଦି ଘରେ ବଡ ଆକ୍ୱାରିୟମ ରଖିବା ପାଇଁ ଜାଗା ନଥାଏ ତେବେ ଏକ ଛୋଟ ଆକ୍ୱାରିୟମରେ ଆପଣ ଗୋଲ୍ଡ ଫିସ ଯୋଡା ରଖିପାରିବେ । ଏହାକୁ ପ୍ରେମର ପ୍ରତୀକ ରୂପେ ଗ୍ରହଣ କରାଯାଇଥାଏ । ଏହା ସହିତ ଆପଣ କ୍ରିଷ୍ଟଲ ମାଛ ଯୋଡା ମଧ୍ୟ ରଖିପାରିବେ ।

ଧନ ପ୍ରାପ୍ତି ହେବ –

ଜଳ ବହିବା ଭଳି ଟଙ୍କା ମଧ୍ୟ ସରିଯାଏ । ଶାସ୍ତ୍ରରେ ଲକ୍ଷ୍ମୀଙ୍କୁ ଚଂଚଳା କୁହାଯାଇଛି । ମାଛର ଜଳ ସହିତ ସମ୍ପର୍କ ଥିବାରୁ ଏବଂ ଭଗବାନ ବିଷ୍ଣୁଙ୍କର ମତ୍ସ ଅବତାର କାରଣରୁ ଧନ ସମ୍ପତ୍ତିକୁ ଶୀଘ୍ର ଆକର୍ଷିତ କରିଥାଏ । ମାଛ ଯୋଡା ରଖିବା ଫଳରେ ବାକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହୋଇଥାଏ । ହିନ୍ଦୁଶାସ୍ତ୍ର ଅନୁସାରେ ଭଗବାନ ବିଷ୍ଣୁ ମତ୍ସ ଅବତାରରେ ପୃଥିବୀ ପୃଷ୍ଠରେ ଅବତରଣ କରିଥିଲେ । ଧନର ଦେବୀ ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ପତ୍ନୀ ହୋଇଥିବାରୁ ମାଛଙ୍କ ସେବା ବା ମାଛ ସହିତ ସଂବନ୍ଧିତ ଉପାୟ କରିବା ଫଳରେ ଧନ ପାପ୍ତି ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More