Only for Entertainment

ବାସ୍ତୁ ଅନୁସାରେ ରୋଷେଇ ଘରେ କରନ୍ତୁ ଏହି ସବୁ ପରିବର୍ତ୍ତନ, ମିଳିବ ସୁଖ ଶାନ୍ତି ।

Lowe's Canada
0 60

କେତେକ ବ୍ୟକ୍ତି ଘର ନିର୍ମାଣ କଲାବେଳେ ବାସ୍ତୁ ଉପରେ ଗୁରୁତ୍ବ ଦିଅନ୍ତି, ମାତ୍ର ରୋଷେଇ ଘର ପାଇଁ ବିଶେଷ ଧ୍ୟାନ ଦିଅନ୍ତି ନାହିଁ। ତେବେ ଯଦି ରୋଷେଇ ଘରେ ବାସ୍ତୁ ଦୋଷ ଥାଏ, ତେବେ ଖାଦ୍ୟ ରାନ୍ଧୁଥିବା ବ୍ୟକ୍ତିଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼େ। ତେବେ କିଛି ଛୋଟ ଛୋଟ ପରିବର୍ତ୍ତନ କରି ଆପଣଙ୍କ ରୋଷେଇ ଘରର ବାସ୍ତୁକୁ ଠିକ୍‌ କରନ୍ତୁ ।

  • ବାସ୍ତୁ ଅନୁସାରେ ରୋଷେଇ ଘର ଦକ୍ଷିଣ-ପୂର୍ବ କିମ୍ବା ଉତ୍ତର-ପଶ୍ଚିମ ଦିଗରେ ରହିବା ଉଚିତ।
  • ରୋଷେଇ ଘରେ ଚୁଲି ସବୁବେଳେ ପୂର୍ବଦିଗରେ ରହିବା ଉଚିତ। ଫ୍ରିଜ୍‌ କିମ୍ବା ମାଇକ୍ରୋୱେଭ୍‌ ଅଗ୍ନି କୋଣରେ ରହିବା ଦରକାର।
  • ଯେଉଁଠିକୁ ସବୁବେଳେ ଆଲୋକ ଓ ପବନ ଆସୁଥିବା ସେହି ଦିଗରେ ରୋଷେଇ ହେବା ଉଚିତ।
  • ରୋଷେଇ ଘରେ ବସି ଖାଇବା ଉଚିତ ନୁହେଁ। ଏହାଦ୍ବାରା ସେମାନଙ୍କ ଉପରେ ଖରାପ ପ୍ରଭାବ ପଡ଼େ। ରୋଷେଇ ଘର ସବୁବେଳେ ସଫା ସୁତୁରା ରଖିବା ଉଚିତ। ରାତିର ଅଇଁଣ୍ଠା ବାସନ କେବେ ବି ପକାଇ ରଖନ୍ତୁ ନାହିଁ।
  • ରୋଷେଇ ଘରକୁ ଲାଗି କିମ୍ବା ଏହା ଉପରେ ବାଥ୍‌ରୁମ୍‌ ରହିବା ଉଚିତ ନୁହେଁ। ସବୁବେଳେ ଗାଧୋଇବା ପରେ ରୋଷେଇ ଘରକୁ ଯିବା ଉଚିତ। ରାଗି କରି କିମ୍ବା ଚିଡ୍‌ଚିଡା ହୋଇ ରୋଷେଇ ଘରକୁ ଯାଆନ୍ତୁ ନାହିଁ।
  • ରୋଷେଇ ଘରେ ଅସରପା, ବୁଢ଼ିଆଣୀ ଜାଲ କିମ୍ବା ଝିଟପିଟି ରହିବାକୁ ଦିଅନ୍ତୁ ନାହିଁ। ରୋଷେଇ ଘରୁ ଭଙ୍ଗା ଓ ଫଟା ବାସନ ବାହାର କରନ୍ତୁ। ଏହାଫଳରେ ଘର ଉପରେ ନକାରାତ୍ମକ ପ୍ରଭାବ ପଡ଼େ।
  • ରୋଷେଇ ଘରେ କୌଣସି ପ୍ରକାର ଲିକେଜ୍‌ ନ ହେବା ଉଚିତ। ଯଦି ପାଣି ପାଇପ୍‌ ଖରାପ ଅଛି, ତେବେ ଏହାକୁ ତୁରନ୍ତ ଠିକ୍‌ କରନ୍ତୁ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More