Only for Entertainment

ବାସ୍ତୁ ଅନୁସାରେ ଭିତର ଆଡକୁ ଖୋଲିବା ଦରକାର ଘରର ମୁଖ୍ୟ ଦ୍ୱାର

Stroud Homes
185

ଘରର ମୁଖ୍ୟ ଦ୍ୱାରର ଖାସ ମହତ୍ୱ ରଖିଥାଏ । କାରଣ ଘରର ମୁଖ୍ୟ ଦ୍ୱାର ଜରିଆରେ ସକରାତ୍ମକ ଶକ୍ତି ଘରେ ପ୍ରବେଶ ହୋଇଥାଏ । ଘରର ସୁଖ ସମୃଦ୍ଧି ଏବଂ ଶାନ୍ତି ଅକ୍ଷୁର୍ଣ୍ଣ ରଖିବା ପାଇଁ ଘରର ମୁଖ୍ୟ ଦ୍ୱାର ସହ ଜଡିତ କିଛି ଖାସ ନିୟମର ପାଳନ କରିବା ଜରୁରୀ ଅଟେ । ଏପରି ନ କରିବା ଦ୍ୱାରା ଘରେ ଅନେକ ଅସୁବିଧା ଦେଖାଦେଇଥାଏ ।

  • ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ୱାର ସର୍ବଦା ଭିତର ଆଡକୁ ଖୋଲିବା ଦରକାର । ଘରର ମୁଖ୍ୟ ଦ୍ୱାର ବାହାରକୁ ରହିବା ଶୁଭ ନୁହେଁ । ଏହା ଦ୍ୱାରା ଘରେ ଧନ ବୃଦ୍ଧି ହୋଇନଥାଏ । ଏହା ସହିତ ମୁଖ୍ୟ ଦ୍ୱାର ଖୋଲିବା ସମୟରେ ଶବ୍ଦ ଯେପରି ନହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।
  • ଘରର ମୁଖ୍ୟ ଦ୍ୱାର ପୂର୍ବ କିମ୍ବା ଉତ୍ତର ଦିଗରେ ରହିବା ଦରକାର
  • ଘରର ମୁଖ୍ୟ ଦ୍ୱାର ସାମ୍ନାରେ ସିଢି ରଖନ୍ତୁ ନାହିଁ ।
  • ଘରର ମଝିରେ ମୁଖ୍ୟ ଦ୍ୱାର ରଖନ୍ତୁ ନାହିଁ ।
  • ଘରର ମୁଖ୍ୟଦ୍ୱାର ସାମ୍ନାରେ ଖମ୍ବ, ଗଛ କିମ୍ବା କୌଣସି କାନ୍ଥ ରଖନ୍ତୁ ନାହିଁ । ଏହାର ଛାଇ ମୁଖ୍ୟଦ୍ୱାରରେ ପଡିବା ଶୁଭ ହୋଇନଥାଏ ।
  • ଘରର ମୁଖ୍ୟ ଦ୍ୱାର ରୋଡ୍ ଠାରୁ ଉଚ୍ଚାରେ ରହିବା ଦରକାର ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More