Only for Entertainment

ଶୁଭଫଳ ଦେଇଥାଏ ଆକ୍ୱାରିୟମ ।

Practical Fishkeeping Magazine
18

ଘର ଏବଂ ଦୋକାନ ଓ ଅଫିସରେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅଧିକାଂଶ ଲୋକ ଏବେ ମାଛ ଆକ୍ୱାରିଅମ୍ ରଖୁଛନ୍ତି। ଆଜିକାଲି ମାଛ ଆକ୍ୱାରିଅମର ପ୍ରଚଳନ ମଧ୍ୟ ବେଶ୍ ବଢ଼ିଗଲାଣି। ତେବେ ବାସ୍ତୁଶାସ୍ତ୍ର ଅନୁସାରେ, ଏହି ଆକ୍ୱାରିଅମ୍‌ ସଠିକ୍‌ ସ୍ଥାନରେ ରଖିଲେ, ଏହା ଶୁଭ ଫଳ ମିଳିଥାଏ।

ଘରେ ମାଛ ଆକ୍ୱାରିଅମ୍ ରଖିଲେ, ପରିବାରର ସଦସ୍ୟଙ୍କ ଉପରକୁ ଆସିବାକୁ ଥିବା ବିପଦ ଟଳିଯାଏ। କିନ୍ତୁ ଘର ହେଉ ଅବା ଦୋକାନ କି ଅଫିସ୍‌ ଏହି ମାଛ ଆକ୍ୱାରିଅମ୍‌ କେଉଁଠି ରଖିବେ, ତାହା ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

ବାସ୍ତୁଶାସ୍ତ୍ର ଅନୁଯାୟୀ, ମାଛ ଆକ୍ୱାରିଅମକୁ ଘର କିମ୍ବା ଦୋକାନର ପୂର୍ବ, ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ରଖିବା ଶୁଭଦାୟକ ହୋଇଥାଏ।

ଭୁଲ୍‌ରେ ବି କେବେ ଆକ୍ୱାରିଅମ୍‌କୁ ରୋଷେଇ ଘରର ଆଖପାଖରେ ରଖନ୍ତୁ ନାହିଁ। କାରଣ ଏହି ଜାଗାରେ ଆକ୍ୱାରିଅମ୍ ରଖିଲେ, ଘର ଉପରେ ନକାରାତ୍ମକ ଶକ୍ତିଙ୍କ ପ୍ରଭାବ ବଢ଼ିଥାଏ।

ଏହି ଆକ୍ୱାରିଅମ୍‌ ଦ୍ୱାରା ସକାରାତ୍ମକ ଶକ୍ତିର ପ୍ରଭାବ ବଢ଼ାଇବାକୁ ଚାହୁଁଥିଲେ, ସମୟ ସମୟରେ ଏହାର ପାଣିକୁ ବଦଳାଇ ଦିଅନ୍ତୁ।

ଆକ୍ୱାରିଅମରେ ସର୍ବଦା ମାଛର ସଂଖ୍ୟା ୯ ହେବା ଉଚିତ୍। ଏଥିମଧ୍ୟରୁ ୮ଟି ମାଛ ଲାଲ୍‌ ଓ ଗୋଟିଏ ମାଛ କଳା ରଙ୍ଗର ହେବା ଆବଶ୍ୟକ। ବାସ୍ତୁଶାସ୍ତ୍ର ଅନୁଯାୟୀ, କଳା ରଙ୍ଗର ମାଛ ରଖିବା ଦ୍ୱାରା ଘରର କୌଣସି ସଦସ୍ୟଙ୍କ ଉପରେ କାହାର ଖରାପ ନଜର ପଡ଼େନାହିଁ।

ପ୍ରାୟ ଅନେକ ସମୟରେ ଆକ୍ୱାରିଅମରେ ମାଛ ମରିଯାଆନ୍ତି। ଆକ୍ୱାରିଅମରେ ମଲା ମାଛ ଉପରେ ନଜର ପଡ଼ିବା ମାତ୍ରେ, ତାକୁ ବାହାର କରି ପୋଖରୀ କିମ୍ବା ନଦୀରେ ଭସାଇ ଦିଅନ୍ତୁ। ନଚେତ ଘରକୁ ଖରାପ ଶକ୍ତି ପ୍ରବେଶ କରିବାର ଆଶଙ୍କା ରହିଛି

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More