Only for Entertainment

ରକ୍ତ ଦେବା ପାଇଁ ହସ୍‌ପିଟାଲରେ ପହଁଚିଲେ ୫୦ରୁ ଅଧିକ କୁକୁର !

The Hindu
28

ରକ୍ତଦାନ କରିବା ଏକ ମହତ କାର୍ଯ୍ୟ ବୋଲି କୁହାଯାଏ। ଲୋକମାନଙ୍କୁ ସର୍ବଦା ରକ୍ତ ଦେବା ପାଇଁ ପ୍ରେରିତ କରାଯାଇଥାଏ। ଏଥିପାଇଁ ହସ୍‌ପିଟାଲ ଓ ବିଭିନ୍ନ ସ୍ଥାନମାନଙ୍କରେ ରକ୍ତଦାନ ଶିବିର ଲାଗିଥାଏ। ଏହି ଶିବିରରେ ଲୋକମାନେ ସ୍ୱଇଚ୍ଛାରେ ରକ୍ତଦାନ କରି ଥାଆନ୍ତି। କିନ୍ତୁ ଆପଣ କେବେ ‘ଡଗ୍‌ ରକ୍ତ ଦାନ ଶିବିର’ ବିଷୟରେ ଶୁଣିଛନ୍ତି। ଆଜ୍ଞା ହଁ ଚେନ୍ନାଇରେ ରକ୍ତ ଦାନ କରିବାର ଏକ ଅଦ୍ଭୁତ ମିସାଲ ଦେଖିବାକୁ ମିଳିଛି। ଏହା ପଶୁ ବ୍ଲଡ୍‌ ବ୍ୟାଙ୍କ ହସ୍‌ପିଟାଲ ଦ୍ୱାରା ସୋମବାର ଆୟୋଜନ କରାଯାଇଥିଲା। ଏହି ଶିବିର ନାମ ‘ସ୍ୱଇଚ୍ଛା ଡଗ୍‌ ରକ୍ତଦାନ’ ଶିବିର ଥିଲା।

BLOOD

ଏହି ରକ୍ତ ଦାନ କାର୍ଯ୍ୟକ୍ରମର ଆୟୋଜନ ଚେନ୍ନାଇର ତନୁବାସ ପଶୁ ରକ୍ତ ବ୍ୟାଙ୍କର କ୍ଲିନିକ୍‌ ବିଭାଗ ଦ୍ୱାରା କରାଯାଇଥିଲା। ତନୁବାସ ପଶୁ ରକ୍ତ ବ୍ୟାଙ୍କ ମାଡ୍ରାସ ପଶୁ ହସ୍‌ପିଟାଲର କଲେଜ ପରିସରରେ ‘ସ୍ୱଇଚ୍ଛା ଡଗ୍‌ ରକ୍ତଦାନ’ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ୫୦ରୁ ଅଧିକ କୁକୁର ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ଲୋକମାନେ ନିଜର ପୋଷାକୁକୁରକୁ ରକ୍ତ ଦାନ କରିବାକୁ ନେଇ ଆସୁଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More