Only for Entertainment

ପୁଣି ଏକ କଲେଜ ଲଭଷ୍ଟୋରି ନେଇ ଆସୁଛନ୍ତି ଅଭିନେତା ଅମ୍ଲାନ

you tube
72

୨୦୦୪ର ବ୍ଲକ ବଷ୍ଟର ସିନେମା ‘ଆଇ ଲଭ୍‍ ୟୁ’ ପରେ ଓଡ଼ିଆ ଦର୍ଶକ ଅନେକ ପ୍ରେମ କାହାଣୀ ଭିତ୍ତିକ ସିନେମା ଦେଖିବାକୁ ପାଉଛନ୍ତି । ଅବଶ୍ୟ ଏଥିମଧ୍ୟରୁ ଅନେକଗୁଡ଼ିଏ କଲେଜ୍‍ ଲଭଷ୍ଟୋରି ବି ରହିଛି । ଏବେ ଓଲିଉଡରେ ପୁଣି ନିର୍ମିତ ହେଉଛି ଏକ କଲେଜ ଲଭ୍‍ଷ୍ଟୋରୀ ଉପରେ ଆଧାରିତ ସିନେମା । ଏହାର ଟାଇଟଲ ହେଲା ‘ରୋମିଓ ରାଜା’ । ଏଥିରେ ଦର୍ଶକ ନାୟକ ଭାବେ ଅଭିନେତା ଅମ୍ଲାନ ଓ ନାୟିକା ତମନ୍ନାଙ୍କୁ ପ୍ରଥମ ଥର ଲାଗି ଏକାଠି ଦେଖିବାକୁ ପାଇବେ । ଉଭୟ ଅମ୍ଲାନ୍‍ ଓ ତମନ୍ନା ‘ରୋମିଓ ରାଜା’ରେ କଲେଜ ପଢ଼ୁଆ ଭୂମିକାରେ ଅଛନ୍ତି । ପ୍ରଥମ ଦେଖାରେ ଉଭୟେ ପରସ୍ପରକୁ ପ୍ରେମ କରି ବସୁଛନ୍ତି । କିନ୍ତୁ ତା’ ପରେ କ’ଣ ସବୁ ଘଟୁଛି ତାହା ଏହାର ମୁଖ୍ୟ ପ୍ରସଙ୍ଗ । ଏହା ଏକ ଭିନ୍ନ ଧରଣର ଲଭଷ୍ଟୋରି ବୋଲି କୁହାଯାଉଛି ।

ଏନ୍‍ ବି ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମରେ ଅମ୍ଲାନ ଏବଂ ତମନ୍ନାଙ୍କ ବ୍ୟତୀତ ବାବୁ ପ୍ରଧାନ, ହରିହର ମହାପାତ୍ର, ଦୀପକ ମହାରଣା, ଜ୍ଞାନ ପଲେଇ, ତପନ ଓ ରାଜଲକ୍ଷ୍ମୀ ସୁଶାନ୍ତ କୁମାର ପଣ୍ଡାଙ୍କ ପ୍ରଯୋଜିତ ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ରଚନା କରିବା ସହ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ନବାଗତ ରାକେଶ ସାମଲ । ଜମେଶ ଶୁକ୍ଳା ଏହାର ସଂଳାପ ରଚନା କରିଥିବା ବେଳେ ପଞ୍ଚାନନ ନାୟକ, ଅରୁଣ ମନ୍ତ୍ରୀ, ସୁବ୍ରତ ସ୍ୱାଇଁ, ଡଃ ସୁବୋଧ ଦାସ ପ୍ରମୁଖ ଗୀତ ରାଚନା କରିଛନ୍ତି । ବୈଦ୍ୟନାଥ ଦାଶ ଏହାର ସଙ୍ଗୀତକାର । ହ୍ୟୁମାନ ସାଗର, ଅସୀମା ପଣ୍ଡା ଏବଂ ଗିତିଶ୍ରୀ ସରୋଜ ଏଥିରେ କଣ୍ଠଦାନ କରିଥିବା ଜଣାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More