Only for Entertainment

ବଲିଉଡ ଅଭିନେତା ଅନୁପମ୍ ଖେରଙ୍କ ଟୁଇଟର ଆକାଉଂଟ ହେଲା ହ୍ୟାକ୍ ! ଟୁଇଟ କରି ହ୍ୟାକର୍ସ ଲେଖିଲେ ‘ଆଇ ଲଭ୍ ପାକିସ୍ତାନ’

indianexpress.com
0 38

ବଲିଉଡର ଅଭିନେତା ଅନୁପମ ଖେରଙ୍କ ଟୁଇଟର ଆକାଉଣ୍ଟ ମଙ୍ଗଳବାର ହ୍ୟାକ୍ ହୋଇଛି । ତେବେ ଏହି କଥା ହ୍ୟାକର୍ସ ନିଜେ ସ୍ୱୀକାର କରି କହିଛି, ଆପଣଙ୍କ ଆକାଉଣ୍ଟ ତୁର୍କୀରୁ ହ୍ୟାକ୍ ହୋଇଛି । କେବଳ ଏତିକି ନୁହେଁ ହ୍ୟାକ୍ କରିବା ସହିତ ଟୁଇଟ କରି ଲେଖିଛନ୍ତି, ‘ଆଇ ଲଭ୍ ପାକିସ୍ତାନ’। ଅନୁପମ୍ ଖେରଙ୍କ ଅଭିଯୋଗ ପରେ ତାଙ୍କ ଟୁଇଟର ଆକାଉଣ୍ଟକୁ ସସପେଣ୍ଡ କରି ଦିଆଯାଇଛି ।

ହ୍ୟାକର୍ସ ନିଜର ପ୍ରଥମ ଟୁଇଟରରେ ଲେଖିଛନ୍ତି, ‘ଆପଣଙ୍କ ଆକାଉଣ୍ଟ ତୁର୍କୀସ୍ଥିତ ସାଇବର ଆର୍ମି ଆଇଦିଜ ତିମ ଦ୍ୱାରା ହ୍ୟାକ୍ ହୋଇଛି । ଆପଣଙ୍କ ସମସ୍ତ ଜରୁରୀ ଡାଟା କ୍ୟାପଚର କରି ନିଆଯାଇଛି । ଟୁଇଟ ଶେଷରେ ହ୍ୟାକର୍ସ ‘ଆଇ ଲଭ୍ ପାକିସ୍ତାନ’ ମଧ୍ୟ ଲେଖିଛନ୍ତି । ହ୍ୟାକର୍ସ ଅନୁପମ ଖେର୍ଙ୍କ ଆକାଉଣ୍ଟରେ ଗୋଟିଏ ପରେ ଗୋଟିଏ ଟୁଇଟର କରି ଚାଲିଥିଲେ। ସମସ୍ତ ଟୁଇଟରେ ‘ଆଇ ସପୋର୍ଟ ତୁର୍କୀ’ ଓ ‘ଆଇ ଲଭ୍ ପାକିସ୍ତାନ’ ଲେଖାଯାଇଛି । କେବଳ ଏତିକି ନୁହେଁ ଟୁଇଟରେ ତୁର୍କୀର ପତକା ଓ ବନ୍ଧୁକ ଧରିଥିବା ଆତଙ୍କବାଦୀ ଓ ମିସାଇଲ ଦେଖିବାକୁ ମିଳିଛି ।

ଟୁଇଟର ଆକାଉଣ୍ଟ ହ୍ୟାକ୍ ହେବା ସମ୍ପର୍କରେ ମୋର କେତେଜଣ ବନ୍ଧୁ ଫୋନ୍ କରି ମୋତେ ଜଣାଇଥିଲେ। ମୁଁ ସେତେବେଳେ ଲସ୍ ଏଞ୍ଜେଲସରେ ଥିଲି । ରାତି ପାଖାପାଖି ଗୋଟାଏ ହୋଇଥିଲା। ମୁଁ ଏହି ଟୁଇଟର ହ୍ୟାକ୍ ଘଟଣା ସମ୍ପର୍କରେ ସୂଚନା ଟୁଇଟର ଇଣ୍ଡିଆକୁ ଦେଇଥିଲି ବୋଲି ଅନୁପମ୍ ଖେର୍ କହିଛନ୍ତି ।

ତେବେ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଆକାଉଣ୍ଟକୁ ହ୍ୟାକ୍ କରି ପାକିସ୍ତାନ ସମର୍ଥନ ସମ୍ପର୍କରେ ହ୍ୟାକର୍ସ ଟୁଇଟ କରିଥିବା ସୂଚନା ମିଳିଥିଲା। ଅନେକ ଥର ମଓ୍ୟ ସରକାରୀ ଆକାଉଣ୍ଟସ୍ ହ୍ୟାକ୍ ହୋଇ ପାକିସ୍ତାନକୁ ସମର୍ଥନ କଲା ଭଳି ବାର୍ତ୍ତା ଲେଖାଯାଇଥିବା ଖବର ସାମ୍ନାକୁ ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More