Only for Entertainment

ସାହିଦଙ୍କୁ ଡେଟ କରିବାକୁ ଚାହାନ୍ତି ଅପାରଶକ୍ତି !

35

ଅଭିନେତା ଅପାରଶକ୍ତି ଖୁରାନା କିଛି ସମୟ ପୂର୍ବରୁ ଦୀଶା ପାଟନୀଙ୍କ ସହ ଇଂଟିମେଟ ସିନ କରିବା ପାଇଁ ଇଛା ପ୍ରକାଶ କରିଛନ୍ତି । ଏବେ ସେ ସାହିଦ କପୂରଙ୍କ ସହ ଡେଟ କରିବା ଇଛା ପ୍ରକାଶ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଏବେ ଆପଣ ଭାବୁଥିବେ ଅସଲ କାରଣ କଣ । ତେବେ ଚାଲନ୍ତୁ ଜାଣିବା ।

ଅପାରଶକ୍ତି ନିକଟରେ ଚାଟ ଶୋ’ରେ ପହଂଚିଥିଲେ ଏବଂ ସେଠାରେ ସେ କଥା ହେଲା ବେଳେ ତାଙ୍କ ସହ ଯେତେବେଳେ ସମଲିଙ୍ଗ ସହ ସମ୍ପର୍କ ପାଇଁ ପଚରାଯାଇଥିଲା ସେ ସାହିଦ କପୂରଙ୍କୁ ଡେଟ କରିବେ ବୋଲି କହିଛନ୍ତି ।


ସାହିଦଙ୍କ ଡ୍ରେସ ଅପ ଏବଂ ଷ୍ଟାଇଲ ତାଙ୍କୁ ଖୁବ ପସନ୍ଦ କରନ୍ତି । ସାହିଦ ତାଙ୍କୁ ଏବେ ବି ୨୫ବର୍ଷ ବୟସ ଭଳି ଲାଗନ୍ତି ।
ଏହାପରେ ଯେତେବେଳେ ଅପାରଶକ୍ତି ଆଲିୟା ଏବଂ କ୍ୟାଟଙ୍କ ନାଁ କୁହାଯାଇଥିଲା । ଏହା ଉପରେ ପ୍ରତିକ୍ରିୟା ଦେଇଥିଲେ ଯେ ସେ ଆଲିୟାଙ୍କ ପାଇଁ କ୍ୟାଟଙ୍କୁ ନାଁ କହିଦେବେ ।

ଏଠାରେ ଆମେ କହି ରଖୁଛୁ ଯେ ଅପାରଶକ୍ତିଙ୍କର କିଛି ମାସ ପୂର୍ବରୁ କାର୍ତ୍ତିକ ଆର‌୍ୟନ ଏବଂ କୃତି ସାନନ ଷ୍ଟାରର ଫିଲ୍ମ ଲୁକାଛୁପି’ରେ ନଜର ଆସିଥିଲେ । ଏହାପୂର୍ବରୁ ଦଙ୍ଗଲ. ବଦ୍ରିନାଥ କି ଦୁଲହନିଆ, ହ୍ୟାପି ଫିର ଭାଗ ଜାଏଗି ଏବଂ ସ୍ତ୍ରୀରେ କାମ କରିଛନ୍ତି ଅପାରଶକ୍ତି । ଚଳିତ ବର୍ଷ ସେ ଦୁଇଟି ଫିଲ୍ମରେ ନଜର ଆସିବେ । ଫିଲ୍ମର ନାଁ ରହିଛି ଜାବରିୟା ଯୋଡି ଏବଂ ଷ୍ଟ୍ରିଟ ଡାନ୍ସର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More