Only for Entertainment

ବହୁ ଦିନ ପରେ ଏହି ଫିଲ୍ମରେ ନଜର ଆସିବେ ଅଭିନେତା ଦୁଷ୍ମନ୍ତ

facebook pic od dusmanta
37

ଓଲିଉଡ୍ ପରଦାକୁ ଫେରିବେ ହ୍ୟାଣ୍ଡସମ୍ ଆକ୍ଟର୍ ଦୁଷ୍ମନ୍ତ । ଚଳଚ୍ଚିତ୍ର ‘ଏ ପ୍ରେମ ଖାଲି ତୋରି ପାଇଁ’ ଜରିଆରେ ସେ ବଡ ପରଦାକୁ ଫେରିବାକୁ ଯାଉଛନ୍ତି । ନିକଟରେ ଏହି ସିନେମା ପାଇଁ ଫଟୋସୁଟ୍ କରାଯାଇଛି । ଟ୍ରାଙ୍ଗୁଲାର୍ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହେବାକୁ ଥିବା ଏହି ସିନେମାରେ ନାୟକ ଭାବେ ନଜର ଆସିବେ ପ୍ରିନ୍ସ ରାମ୍ । ଆଉ ନାୟିକା ଭାବେ ସମନ୍ନିତାଙ୍କୁ ଦେଖିବାକୁ ମିଳିବ । ଆଉ ଫଟୋସୁଟରେ ନଜର ଆସିଛନ୍ତି ଏହି ତିନି ଷ୍ଟାର୍ ପ୍ରିନ୍ସ ରାମ୍, ସମନ୍ନିତା ଏବଂ ଦୁଷ୍ମନ୍ତ ।

ଏମ୍. ସି ପ୍ରଡକ୍ସନ୍ ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା ଏହି ସିନେମାର କାହାଣୀ, ସ୍କ୍ରିନପ୍ଲେ, ସଂଳାପ ସହ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ସତ୍ୟବ୍ରତ ସାହୁ । ଆଉ ଏହି ଅପକମିଂ ଫିଲ୍ମର ପ୍ରଯୋଜନା ଭାର ତୁଲାଇବେ ଚନ୍ଦ୍ର ଶେଖର ପ୍ରସାଦ ଓ ନାରାୟଣ ଘଡେଇ । ପ୍ରମ କାହାଣୀ ଉପରେ ଆଧାରିତ ହେବାକୁ ଥିବା ଚଳଚ୍ଚିତ୍ର ‘ଏ ପ୍ରେମ ଖାଲି ତୋରି ପାଇଁ’ରେ ସଙ୍ଗୀତ ଦେଇଛନ୍ତି ଅଭିଜୀତ୍ ମଜୁମଦାର୍

ଫଟୋସୁଟ୍ ପରେ ସିନେମାର ପୋଷ୍ଟର୍ ରିଲିଜ୍ କରାଯିବ । ଆଉ ଆସନ୍ତା ମେ-୧ରୁ ସିନେମାର ସୁଟିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More