Only for Entertainment

୧୦ ଚାପୁଡା ଖାଇବା ପରେ ଟିଭିର ଏହି ଅଭିନେତା ଦେଲେ ପରଫେକ୍ଟ ସଟ୍

aajtak
0 40

ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ଟିଭି ଶୋ’ ‘କୃଷ୍ଣା ଚଲି ଲଣ୍ଡନ’କୁ ଫ୍ୟାନମାନଙ୍କର ଭଲ ପ୍ରତିକ୍ରିୟା ମିଳିବାରେ ଲାଗିଛି । ନିକଟରେ ଏହି ସିରିଏଲର ଏକ ଦୃଶ୍ୟ ଖୁବ ଚର୍ଚ୍ଚାରେ ରହିଛି । ଏହି ଦୃଶ୍ୟରେ ସିରିଏଲ ଲିଡ ଅଭିନେତା ଗୌରବଙ୍କୁ ତାଙ୍କ ପିତା ମାରୁଥିବା ଦେଖିବାକୁ ମିଳିଥିଲା । ଏହି ଦୃଶ୍ୟକୁ ଅରିଜିନାଲ ଦେଖାଇବା ପାଇଁ ୧୦ଟି ରିଟେକ ହେଇଥିଲା । ତେବେ ୧୦ଟି ରିଟେକରେ ସିନ ଫାଇନାଲ ହୋଇନପାରିବାରୁ ଗୌରବଙ୍କୁ ସତ ସତିକା ଚାପୁଡା ଖାଇବାକୁ ପଡିଥିଲା । ଏହା ପରେ ଯାଇ ଏହି ସିନ ଫାଇନାଲ ହୋଇଥିଲା ।

krishna

ଏହି ସିନ ବିଷୟରେ ଗୌରବ କହିଥିଲେ ‘ଯେ କୌଣସି ଦୃଶ୍ୟକୁ ସୁଟ କରିବା ପାଇଁ ରିଟେକର ମହତ୍ୱ ମୁଁ ବୁଝିଛି । ସିନ ପାଇଁ ମୁଁ ବେଷ୍ଟ ଦେବାକୁ ଚାହୁଁଥିଲି ।’ ଏହା ବ୍ୟତିତ ଗୌରବ କହିଥିଲେ ତାଙ୍କର ଅନ ସ୍କ୍ରିନ ପିତା ଭଗବାନ ତିୱାରୀ ଏବଂ ତାଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି । ପ୍ରତ୍ୟେକ ସିନ ପରେ ଆମେ ପରସ୍ପରକୁ ଆଲିଙ୍ଗନ କରିଥାଉ ।

‘କୃଷ୍ଣା ଚଲି ଲଣ୍ଡନ’କୁ ଲୋକେ ମଧ୍ୟ ଖୁବ ପସନ୍ଦ କରୁଛନ୍ତି । ଶୋ’ର କାହାଣୀ ଏପରି ଏକ ଝିଅ ଉପରେ ଆଧାରିତ ଯେ ପିଲାଦିନରୁ ଗୋଟିଏ ସ୍ୱପ୍ନ ଦେଖିଥାଏ ତାହା ହେଉଛି ବିବାହ କରିବା । ସେହିପରି ଶୋ’ର ଲିଡ ଅଭିନେତା କୃଷ୍ଣା ଡାକ୍ତର ହେବା ପାଇଁ ସ୍ୱପ୍ନ ରଖିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More