Only for Entertainment

ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମକୁ ହ୍ରିତିକଙ୍କ ନା !

DNA India
0 39

ବଲିଉଡର ଅନେକ କଳାକାର ଫିଲ୍ମ ନିର୍ମାତା ଏବଂ ପ୍ରସିଦ୍ଧ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ସହିତ କାମ କରିବାର ସ୍ୱପ୍ନ ଦେଖିଥାନ୍ତି । କିନ୍ତୁ ଅଭିନେତା ହ୍ରିତିକ ରୋଶନ ସଂଜୟଙ୍କ ଫଲ୍ମ କରିବା ପାଇଁ ମନା କରିଦେଇଛନ୍ତି । ଆପଣ ଏ ଖବର ଶୁଣି ନିଶ୍ଚତ ଆଶ୍ଚର୍ଯ୍ୟ ହୋଇଯାଇଥିବେ । ଏତେ ବଡ ନିର୍ଦ୍ଦେଶକଙ୍କ ଅଫରକୁ ହ୍ରିତିକ ମନା କରିବେ କାହିଁକି ? କିନ୍ତୁ ଏହା ସତ ।

hrithik_slb

ଖବର ଅନୁସାରେ ହ୍ରିତିକ ସଂଜୟଙ୍କ ଏହି ଖବରକୁ ମନା କରିଦେଇଛନ୍ତି । ଶୁଣିବାକୁ ମିଳିଥିଲା ଯେ ସଂଜୟ ଫିଲ୍ମ ବିଷୟରେ ଆଲୋଚନା କରିବା ପାଇଁ ହ୍ରିତିଙ୍କ ପାଖକୁ ଯାଇଥିଲେ କିନ୍ତୁ ହ୍ରିତିକ କିଛି କାରଣ ନ କହି ଫିଲ୍ମର ଅଫରକୁ ମାନ କରିଦେଇଥିଲେ । ତେବେ ହ୍ରିତିକ ଏପରି କାହିଁକି କଲେ ତାହା ତ କେବଳ ସେ ହିଁ କହିପାରିବେ ।

ସଂଜୟଙ୍କ ଏହି ଫିଲ୍ମ ବିଷୟରେ କହିବାକୁ ଗଲେ ୨୦୧୬ରେ ରିଲିଜ ହୋଇଥିବା ମଲୟାଲମ ଫିଲ୍ମ ‘ପୁଲିମୁରୁଗନ’ ର ହିନ୍ଦୀ ରିମେକ ସଂଜୟ ନିର୍ମାଣ କରିବାକୁ ଚାହୁଁଥିଲେ । ଏହା ଏକ ଏଡଭେଞ୍ଚର ।କ୍ସନ ଫିଲ୍ମ । ହୋ ପ୍ରଥମ ଥର ନୁହେଁ ଯେ ସେ କୌଣସି ଫିଲ୍ମର ରିମେକ ଉପରେ କାମ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ସେ ତେଲଗୁ ଫିଲ୍ମ ‘ବିକ୍ରମାରକୁଡୁ’ର ରିମେକ ନିର୍ମାଣ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ହ୍ରିତିକ ଖୁବ ଶୀଘ୍ର ନିଜର ଆଗାମୀ ଫିଲ୍ମ ସୁପର ୩୦ରେ ନଜର ଆସିବେ ଫିଲ୍ମ ତାଙ୍କ ବିପକ୍ଷରେ ମୃଣାଳ ଠାକୁରଙ୍କୁ ଦେଖିବାକୁ ମିଳିବ । ଏହା ତାଙ୍କର ବଲିଉଡ ଡେବ୍ୟୁ ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More