Only for Entertainment

ଅଭିନେତା ଇମ୍ରାନ ଖାନଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବି ଫ୍ୟାନ୍ସମାନେ ଦେଲେ ଶୁଭେଚ୍ଛା !

0 27

ବଲିଉଡ ଅଭିନେତା ଇମ୍ରାନ ଖାନ ଲମ୍ବା ସମୟ ଧରି ଫିଲ୍ମୀ ଦୁନିଆରୁ ଉଭାନ ଅଛନ୍ତି । ମାତ୍ର ପାକିସ୍ତାନର ରାଜନୀତି କାରଣରୁ ତାଙ୍କ ନାଁ ଏବେ ଚର୍ଚ୍ଚାରେ ଆସିଛି । ଅସଲରେ, ଅଭିନେତା ଇମ୍ରାନ ଖାନଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ବନାଇ ଦିଆଯାଇଛି । ଏହାପଛରେ ଗସିପ ନୁହେଁ ବରଂ ଫ୍ୟାନ୍ସ ମାନଙ୍କ ମଧ୍ୟରେ ହୋଇଛି ଭୂଲ ବୁଝାମଣା ।

କିଛି ଦିନ ହେବ ପାକିସ୍ତାନର ନିର୍ବାଚନରେ ସବୁଠାରୁ ବଡ ଦଳର ନେତା ହେବା କାରଣରୁ ଇମ୍ରାନ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ । ମାତ୍ର ଅନେକ ଲୋକ ଏକାଭଳି ନାଁରୁ ଭୁଲ ବୁଝାମଣାର ଶିକାର ହୋଇଛନ୍ତି, ଯେଉଁକାରଣରୁ ଅଭିନେତା ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ଭାବି ନେଇଛନ୍ତି ।


ଅଭିନେତା ଇମ୍ରାନଙ୍କୁ ଏହିକାରଣରୁ ଅନେକ ସନ୍ଦେଶ ଏବଂ ଶୁଭେଚ୍ଛା ମିଳିବାରେ ଲାଗିଛି । ଏହି ବିଷୟର ଖୁଲାସା ନିଜେ ଅଭିନେତା ଇମ୍ରାନ ଜଣାଇଛନ୍ତି । ଇନଷ୍ଟାଗ୍ରାମର ପୋଷ୍ଟ ଗୁଡିକୁ ସେ ସ୍କ୍ରିନ ସଟ ନେଇ ଶେୟାର କରି ଏହାର ସୂଚନା ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More