Only for Entertainment

ଇରଫାନ ଖାନ ଏବଂ କରୀନା କପୁର ଖାନଙ୍କ ଫିଲ୍ମ ‘ଅଙ୍ଗ୍ରେଜୀ ମିଡିଅମ’ରେ ଏହି ଲୋକପ୍ରିୟ କଳାକାରଙ୍କ ଏଣ୍ଟ୍ରି

bollywood life
34

ବଲିଉଡ ଅଭିନେତା ଇରଫାନ ଖାନ ନିକଟରେ ନିଜର ଆଗାମୀ ଫିଲ୍ମ ‘ଅଙ୍ଗ୍ରେଜୀ ମିଡିଅମ’ର ସୁଟିଂ ଆରମ୍ଭ କରିଛନ୍ତି । ଫିଲ୍ମ ସୁଟିଂ ହେବାର ପ୍ରଥମ ଫଟୋ ଖୋଦ ପ୍ରଡ୍ୟୁସର ଦିନେ ଶ ବିଜନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ । ଫଟୋରେ ଇରଫାନ ଖାନ , ଦିନେଶଙ୍କ ସହିତ ଦୀପକ ଡୋବରିଆଲ ନଜର ଆସିଥିଲେ । ତବେ ଇତି ମଧ୍ୟରେ ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି ।

ଖବର ଅନୁସାରେ ଫିଲ୍ମରେ ଜଣେ ଲୋକପରିୟ କଳାକାରଙ୍କ ଏଣ୍ଟ୍ରି ହୋଇଛି । ମୁମ୍ବାଇ ମିରର ତାଜା ରିପୋର୍ଟ ଅନୁସାରେ ଇରଫାନ ଖାନ ଏବଂ କରୀନା କପୁରଙ୍କ ଫିଲ୍ମ ‘ଅଙ୍ଗ୍ରେଜୀ ମିଡିଅମ’ରେ ଜଣା ଶୁଣା କଳାକାର ପଙ୍ଗଜ ତ୍ରିପାଠୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

pankaj tripathi

ମୁମ୍ବାଇ ମିରର ଦେଇଥିବା ଏକ ଇଣ୍ଟରଭ୍ୟୁରେ ପଙ୍କଜ ତ୍ରିପାଠୀ କହିଛନ୍ତି ଯେ, ସେ ‘ଅଙ୍ଗ୍ରେଜୀ ମିଡିଅମ’ରେ କୌଣସି ବଡ ରୋଲରେ ନଜର ଆସିବେ ନାହିଁ । ଏହା ଏକ କ୍ୟାମିୟୋ ରୋଲ କିନ୍ତୁ ମହତ୍ୱପୂର୍ଣ୍ଣ । ଦିନେଶ ବିଜନ ଏବଂ ଇନରଫାନଙ୍କ ପାଇଁ ସେ ଏହି ରୋଲର ଅଫରକୁ ଗ୍ରହଣ କରିଛନ୍ତି ବୋଲି ମଧ୍ୟ କହିଥିଲେ ।

କହିରଖୁଛୁ ଯେ, ଫିଲ୍ମର ସୁଟିଂ ଏବେ ଉଦୟପୁରରେ ଆରମ୍ବ ହୋଇସାରିଛି । ଫିଲ୍ମରେ ଇରଫାମନ ଖାନ, କରୀନା କପୁରଙ୍କ ବ୍ୟତିତ ରାଧିକା ମଦାନଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମରେ ରାଧିକା ଇରଫାନଙ୍କ ଝିଅ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More