Only for Entertainment

ନକଲି ଅକାଉଂଟରୁ ବିରକ୍ତି ପ୍ରକାଶ କରି ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ପଙ୍କଜ ତ୍ରିପାଠୀ !

10

ଅଭିନେତା ପଙ୍କଜ ତ୍ରିପାଠୀ ବଲିଉଡରେ ସବୁଠାରୁ ପପୁଲାର ଅଭିନେତା ମଧ୍ୟରୁ ଜଣେ । ଫ୍ୟାନ୍ସଙ୍କ ହୃଦୟରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ବନାଇଛନ୍ତି । ସେ ସୋସିଆଲ ମିଡିଆରେ ମଧ୍ୟ ଖୁବ ଆକ୍ଟିଭ ରୁହନ୍ତି ଏବଂ ଟ୍ୱିଟରରେ ଫ୍ୟାନ୍ସଙ୍କ ସହ ଅନେକ ସମୟରେ କଥା ହୁଅନ୍ତି ।

ଏବେ ସେ ଫଟୋ ଶେୟାରିଂ ସୋସିଆଲ ସାଇଟ ଇନଷ୍ଟାଗ୍ରାମରେ ମଧ୍ୟ ନିଜ ଡେବ୍ୟୁ କରିଛନ୍ତି ଏବଂ ଏହାର କାରଣ ମଧ୍ୟ କହିଛନ୍ତି । ଅଭିନେତା କହିଛନ୍ତି ଯେ ନକଲି ଅକାଉଂଟରୁ ବିରକ୍ତି ହୋଇଯାଇଥିଲେ ଏବଂ ଏହାକୁ ଆଧାର କରି ଜଣେ ସାମ୍ବାଦିକ ତାଙ୍କ ନାଁ’ରେ ଖବର ମଧ୍ୟ ଛାପି ଦେଇଥିଲେ । ଏହି କାରଣରୁ ତାଙ୍କୁ ଅଫିସିଆଲ ଇନଷ୍ଟାଗ୍ରାମ ଅକାଉଂଟରୁ ଫଲୋ କରିବାକୁ ଅନୁରୋଧ କରିଛନ୍ତି ।

ତେବେ ଇନଷ୍ଟାଗ୍ରାମରେ ଅକାଉଂଟ ବନାଇବା ମାତ୍ରେ ସାଙ୍ଗେ ସାଙ୍ଗେ ତାଙ୍କର ଅନେକ ଫଲୋର୍ସ ହୋଇଯାଇଛନ୍ତି । ସେହିପରି ଅଭିନେତା ନିଜ ଅକାଉଂଟରେ ମନୋଜ ବାଜପେୟୀ, ଟାଇଗର ଶ୍ରଫ, ଅଲୀ ଫଜଲ, ଶାହରୁଖ ଖାନ, ରାଜକୁମାର ରାଓ, ଅର୍ଜୁନ କପୂର, ଜାହ୍ନବୀ କପୂର, ଶ୍ରଦ୍ଧା କପୂର , ଆଲିୟା ଭଟ୍ଟ, ଭୂମି ପେଡନେକର ଏବଂ କାର୍ତ୍ତିକ ଆର୍ୟନଙ୍କ ଭଳି ସେଲିବ୍ରିଟି ତାଙ୍କୁ ଫଲୋ କରୁଛନ୍ତି ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ପଙ୍କଜ ତ୍ରିପାଠୀ ଏବେ ‘ମିମି’ରେ କୃତି ସାନନଙ୍କ ସହ ‘କାରଗିଲ ଗର୍ଲ’ରେ ଜାହ୍ନବୀ କପୂରଙ୍କ ସହ, ‘ଶକିଲା’ରେ ରିଚା ଚଡ୍ଢାଙ୍କ ସହ , ୮୩ରେ ରଣବୀର ସିଂଙ୍କ ସହ ନିର୍ଦ୍ଦେଶକ ସତୀଶ କୌଶିକଙ୍କ ‘କାଗଜ’ରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More