Only for Entertainment

ପ୍ରତୀକ ବବର କଲେ ଗର୍ଲଫ୍ରେଣ୍ଡଙ୍କୁ ବିବାହ, ଫଟୋ ଭାଈରାଲ !

47

କଂଗ୍ରେସର ଦିଗଜ ନେତା ରାଜ ବବର ଏବଂ ଅଭିନେତ୍ରୀ ସ୍ମିତା ପଟେଲଙ୍କ ପୁଅ ପ୍ରତୀକ ବବର ଗର୍ଲଫ୍ରେଣ୍ଡ ସାନ୍ୟା ସାଗରଙ୍କୁ ବିବାହ କରିଛନ୍ତି । ସେ ତାଙ୍କ ପାଖାପାଖି ଲୋକଙ୍କୁ ଏହି ବିବାହରେ ନିମନ୍ତ୍ରଣ କରିଥିଲେ । ସୋସିଆଲ ମିଡିଆରେ ଏବେ ଦୁହିଁଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି ।

ବ୍ରାଇଡଲ ଲୁକରେ ସାନ୍ୟା ଖୁବ ସୁନ୍ଦର ଦିଶୁଛନ୍ତି । କପଲ ଏହି ଖାସ ଦିନରେ ନାଲି ରଂଗର ଆଉଟଫିଟ ପିନ୍ଧିଥିଲେ । ମରାଠୀ ରୀତିନୀତି ଅନୁସାରେ ଏହି ସାନ୍ୟା ଏବଂ ପ୍ରତୀକ ପରଫେକ୍ଟ କପଲ ଲାଗୁଛନ୍ତି ।

ବିବାହ ପରେ ଏହି ଯୋଡି ମୁମ୍ବାଇରେ ଏକ ପାର୍ଟି ଦେବେ । ଯେଉଁଠି ସିନେମା ଏବଂ ରାଜନୀତିର ସମସ୍ତ ନାମୀଦାମୀ ଲୋକ ନଜର ଆସିବେ । ଏଠାରେ ଆମେ କହି ରଖୁଛୁ ଯେ ଲଖନଉ ସାନ୍ୟାଙ୍କ ଘର ଅଟେ ।

ଏଠାରେ ଆମେ କହି ରଖୁଛୁ ଯେ ଦୁହେଁ ଦୁହିଁଙ୍କୁ ୮ବର୍ଷ ହେବ ଜାଣିଥିଲେ । ମାତ୍ର ୨୦୧୭ରେ ଦୁହେଁ ଦୁହିଁଙ୍କୁ ଡେଟ କରିବା ଆରମ୍ଭ କରିଥିଲେ ଏବଂ ସେହି ବର୍ଷ ଜାନୁଆରୀ୨୨ରେ ହିଁ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More