Only for Entertainment

ଲୋକଙ୍କ ସାମ୍ନାରେ ହାତ ଯୋଡି ପାପା ରାଜ ବବରଙ୍କ ପାଇଁ ଭୋଟ ମାଗିଲେ ପ୍ରତୀକ ବବର, ଦେଖନ୍ତୁ ମଜାଦାର ଭିଡିଓ

bollywood tadka
34

ବଲିଉଡ ଅଭିନେତା ପ୍ରତୀକ ବବରଙ୍କ କିଛି ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ଏବଂ ଭିଡିଓ ସବୁ ଫତେହପୁର ସିକରୀର । ଏଠାରେ ପ୍ରତୀକ ପିତା ରାଜ ବବରଙ୍କ ନିର୍ବାଚନୀ ପ୍ରଚାରରେ ସାହାଯ୍ୟ କରିବା ପାଇଁ ପହଁଚିଥିଲେ । ଫତେହପୁର ସକରୀରେ ପହଂଚି ପ୍ରତୀକ ବବର ସ୍ଥାନୀୟ ଲୋକଙ୍କ ସାମ୍ନାରେ ହାତ ଯୋଡି ତାଙ୍କ ପିତାଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ ।

ଏହି ଭିଡିଓ ଏବଂ ଫଟୋକୁ ପ୍ରତୀକ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ପ୍ରତୀକ ସେଠାକାର ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରୁଛନ୍ତି । ଏହି ନିର୍ବାଚନୀ ପ୍ରଚାରରେ ପ୍ରତୀକଙ୍କ ସହିତ ତାଙ୍କ ପତ୍ନୀ ସାନ୍ୟା ସାଗର ମଧ୍ୟ ନଜର ଆସିଥିଲେ ।

ନିର୍ବାଚନ ପୂର୍ବରୁ ରାଜ ବବର ଫତେହପୁର ସକରୀ ଠାରେ ରୋଡ ଶୋ’ କରିଥିଲେ ଏବଂ ଦାବି କରିଥିଲେ ଯେ ବିଜେପି ସରକାର ଫତେହପୁର ସକରୀରେ ଗତ ପାଂଚ ବର୍ଷ ହେବ କୌଣସି କାମ କରିନାହାଁନ୍ତି । ଏହା ସହିତ ସେ କହିଥିଲେ ମୁଁ ଏଠାରେ ବହୁତ କିଛି କରିଛି ଏବଂ ଏହି ଲୋକେ ମୋତେ ଅନେକ ଭଲ ପାଇବା ଦେଇଛନ୍ତି । ଏହି ଲୋକେ କେବଳ ରାଜ ବବରଙ୍କୁ ହିଁ ଭୋଟ ଦେବେ ।

 

View this post on Instagram

 

#loksabhaelections2019 day 2 – @rajbabbarmp @rajbabbarofficial @incindia @inc_uttarpradesh jai hind ??❤️??

A post shared by prateik babbar (@_prat) on

କହିରଖୁଛୁ ଯେ, ପ୍ରତୀକ ବବର ନିକଟରେ ନିଜ ବିବାହକୁ ନେଇ ଚର୍ଚ୍ଚାରେ ଥିଲେ । ସେ ସାନ୍ୟା ସାଗରଙ୍କୁ ୨୩ ଜାନୁଆରୀ ୨୦୧୯ରେ ବିବାହ କରିଥିଲେ । ବିବାହ ପରେ ମୁମ୍ବାଇରେ ଏକ ପାର୍ଟି ମଧ୍ୟ ରଖିଥିଲେ । ଫିଲ୍ମ ବିଷୟରେ କହିବାକୂୁ ଗଲେ ସେ ଖୁବ ଶୀଘ୍ର ଫିଲ୍ମ ‘ଛିଛୋରେ’ ରେ ନଜର ଆସିବେ । ଏହି ଫିଲ୍ମରେ ଶ୍ରଦ୍ଧା କପୁର ଏବଂ ସୁଶାନ୍ତ ସିଂ ରାଜପୁତଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହା ବ୍ୟତିତ ସେ ‘ଅଭି ତୋ ପାର୍ଟି ସୁରୁ ହୁଇ ହେ’ରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More