Only for Entertainment

ପରଲୋକରେ ରାଜ କପୁରଙ୍କ ପତ୍ନୀ କୃଷ୍ଣା ରାଜ କପୁର, ୮୭ ବର୍ଷ ବୟସରେ ନିଧନ ।

Mid-Day
0 42

ଅଭିନେତା ରାଜ କପୁରଙ୍କ ପତ୍ନୀ କୃଷ୍ଣା ରାଜ କପୁରଙ୍କର ୮୭ ବର୍ଷ ବୟସରେ ନିଧନ ହୋଇଛି । ସୋମବାର ସକାଳ ୪ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଅନେକ ବର୍ଷରୁ ସେ ଶ୍ୱାସ ରୋଗରେ ପିଡିତ ଥିଲେ ।

କହିରଖୁଛୁ ଯେ କୃଷ୍ଣା ରାଜ କପୁର ୧୯୪୬ରେ ରାଜ କପୁରଙ୍କୁ ବିବାହ କରିଥିଲେ । ତାଙ୍କର ୫ ଜଣ ସନ୍ତାନ ଅଛନ୍ତି । ସେ ହେଉଛନ୍ତି ରଣଧୀର , ଋଷି, ରାଜୀବ, ରୀମା ଏବଂ ରିତୁ କପୁର । ୮୭ ବର୍ଷ ବୟସରେ ମଧ୍ୟ ସେ ଖୁବ ଆକ୍ଟିଭ ଥିଲେ । ତାଙ୍କୁ ଅନେକ ସମୟରେ ଫ୍ୟାମିଲି ପାର୍ଟି ଏବଂ ମୁଭି ପ୍ରିମିୟମରେ ଦେଖିବାକୁ ମିଳୁଥିଲା ।

୧୯୮୮ରେ ରାଜ କପୁରଙ୍କ ନିଧନ ପରେ ସେ ପୁରା ପରିବାକୁ ସମ୍ଭାଳିଥିଲେ । କୃଷ୍ଣା ରାଜ କପୁରଙ୍କ ନିଧନ ପରେ ପୁରା ବଲିଉଡରେ ଶୋକର ଛାୟା ଖେଳି ଯାଇଛି । ରଣଧୀର କପୁର ମା’ଙ୍କ ନିଧନରେ ଶୋକ ପ୍ରକାଶ କରି କହିଥିଲେ, ‘ମୋତେ ଏହା କହିବାକୁ ଦୁଃଖ ଲାଗୁଛି ଯେ ଆଜି ସକାଳେ ମୁଁ ମୋ ମାଙ୍କୁ ହରେଇଦେଲି ।’ ସେହିପରି ରିଦ୍ଧିମା କପୁର ଜେଜେମାଙ୍କ ନିଧନ ପରେ ଇଂଷ୍ଟାଗ୍ରାମରେ ତାଙ୍କର ଫଟୋ ସେୟାର କରି କ୍ୟାପସନରେ ଲେଖିଥିଲେ, ‘ମୁଁ ଆପଣଙ୍କ ସବୁବେଳେ ଭଲ ପାଇବି ଦାଦି..ଆରଆଇପି ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More