Only for Entertainment

ଗର୍ଲଫ୍ରେଣ୍ଡଙ୍କ ସହ ନୂଆ ବର୍ଷ ମନାଇବେ ରାଜକୁମାର ରାଓ !

Times of India
35

ଭର୍ସଟାଇଲ ଅଭିନେତା ରାଜକୁମାର ରାଓଙ୍କର ଚଳିତ ବର୍ଷ ଖୁବ ଭଲ ରହିଥିଲା କାରଣ ଏହି ବର୍ଷରେ ତାଙ୍କର ଅନେକ ଫିଲ୍ମ ରିଲିଜ ହୋଇଥିଲା । ତାଙ୍କର ଏହି କାମକୁ ସମସ୍ତେ ପ୍ରଶଂସା ମଧ୍ୟ କରିଥିଲେ । ଟେରରିଷ୍ଟ ଡ୍ରାମା ଫିଲ୍ମ ଓମେର୍ଟା, ଐଶଙ୍କ ସହ ଫନ୍ନେ ଖାନ, ନରଗିସ ଫାକରିଙ୍କ ସହ ୫ୱେଡିଂ ଭଳି ଫିଲ୍ମ ବ୍ୟତୀତ ହରର କମେଡି ଫିଲ୍ମ ସ୍ତ୍ରୀ’ରେ ମଧ୍ୟ ଖୁବ ସକ୍ସେସ ହୋଇଥିଲେ ରାଜକୁମାର । ଏହାବ୍ୟତୀତ ସେ ମେଂଟାଲ ହେ କ୍ୟା, ତୁରମ ଖାନ ଏବଂ ଏକ ଲଡକି କୋ ଦେଖା ତୋ ଏସା ଲଗା ଭଳି ଫିଲ୍ମରେ ନଜର ଆସିବେ ।

ଅର୍ଥାତ ଚଳିତ ବର୍ଷ ଭଳି ଆସନ୍ତା ବର୍ଷ ମଧ୍ୟ ସେ ବ୍ୟସ୍ତ ରହିବେ । ତାହେଲେ କାହିଁକି ନା ବିଶ୍ରାମ କରାଯାଉ? ଏହିକାରଣରୁ ଏବେ ରାଜକୁମାର ଲମ୍ବା ଛୁଟି ନେଇଛନ୍ତି ଏବଂ ସେ ନିଜ ଗର୍ଲଫ୍ରେଣ୍ଡ ପତ୍ରଲେଖାଙ୍କ ସହ ଲଣ୍ଡନ ପହଂଚିଛନ୍ତି । ତେବେ ଏଥିରୁ ଅନୁମାନ ଲଗାଯାଉଛି ଯେ ରାଜକୁମାର ନିଜର ନ୍ୟୁ ଇୟର ଲଣ୍ଡନରେ ସେଲିବ୍ରେଟ କରିବେ ।

ଏଠାରେ ଆମେ କହି ରଖୁଛୁ ଯେ ସ୍ତ୍ରୀ ଫିଲ୍ମ ସଫଳତା ପରେ ରାଜକୁମାର ଆଉ ଏକ କମେଡି ହରର ଫିଲ୍ମରେ ସାଇନ କରିଛନ୍ତି । ଏହି ଫିଲ୍ମର ନାଁ ରହିଛି ‘ମେଡ ଇନ ଚାଇନା’ ଏବଂ ଏହି ଫିଲ୍ମକୁ ପ୍ରଡ୍ୟୁସ କରିବେ ଦିନେଶ ବିଜନ । ଏହି ଫିଲ୍ମରେ ତାଙ୍କ ବ୍ୟତୀତ ମୌନି ରୟ ଏବଂ ବମନ ଇରାନୀ । ଏହି ଫିଲ୍ମ ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More