Only for Entertainment

ପଂଚ ତାରକା ହୋଟେଲରେ ଏକା ଥିଲେ ରଣବୀର ଏବଂ ଆଲିୟା !

47

ଅନେକ ଦିନ ଧରି ରଣବୀର ଏବଂ ଆଲିୟାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଛି । ମାତ୍ର ପବ୍ଲିକାଲି ଦୁହେଁ ଏବେ ପର୍ଯ୍ୟନ୍ତ ସ୍ୱୀକାର କରି ନାହାନ୍ତି, ମାତ୍ର ବିଶେଷ ସୂତ୍ରରୁ ପ୍ରକାଶ ଯେ ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି । ଏହାମଧ୍ୟରେ ଖବର ମିଳିଛି ଯେ ଏହି ଯୋଡି ଏକାସହ କିଛି ସମୟ ବିତାଇବା ଲାଗି ପଂଚତାରକା ହୋଟେଲରେ ପହଂଚିଥିଲେ ।

ଏକ ରିପୋର୍ଟ ମୁତାବକ ରଣବୀର ଏବଂ ଆଲିୟା ଶନିବାର ରାତିରେ ମୁମ୍ବାଇର ଏକ ପଂଚତାରକା ହୋଟେଲରେ ଥିଲେ , ଯେଉଁଠି ଦୁହେଁ ଏକାସହ ସମୟ ବିତାଇଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ, ବର୍ଷେ ହେବ ଏହି ସମ୍ପର୍କର ଖବର ଶୁଣିବାକୁ ମିଳୁଛି । ଦୁହେଁ କେବଳ ପାର୍ଟିରେ ନଜର ଆସନ୍ତି । ନିକଟରେ ଆଲିୟା ରଣବୀରଙ୍କ ବାପା ଅଭିନେତା ଋଷି କପୂରଙ୍କୁ ଭେଟ କରିବା ଲାଗି ନ୍ୟୁୟର୍କ ଯାଇଥିଲେ । ସେଠାରେ ରଣବୀରଙ୍କ ବାପାଙ୍କ ଚିକିତ୍ସା ଚାଲିଛି ।

ଦୁହେଁ ଅୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ପ୍ରଥମ ଥର ନଜର ଆସିବେ । ନିକଟରେ ଆଲିୟା ଅପସେଟ ଥିବା ଫଟୋ ଥିବା ସାମ୍ନାକୁ ଆସିଥିଲା । ଫଟୋ ଦେଖି ଏଭଳି ଲାଗୁଛି ଯେ ହୁଏତ ଫିଲ୍ମରେ ଏଭଳି କିଛି ସିନ ଅଛି ଯେଉଁଥିରେ ରଣବୀରଙ୍କ ଉପରେ ଆଲିୟା ରାଗିଥିବା ସିନ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More