Only for Entertainment

ଫିଲ୍ମ ‘୮୩’ ପାଇଁ ଏଭଳି ସ୍ପେଶାଲ ଡାଏଟ କରୁଛନ୍ତି ରଣବୀର ସିଂ !

dbpost
60

ବଲିଉଡ ଷ୍ଟାର ରଣବୀର ସିଂ ଏବେ କବୀର ଖାନଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଫିଲ୍ମ ‘୮୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ୧୯୮୩ରେ ଭାରତୀୟ କ୍ରିକେଟ ଟିମ ଜିତିଥିବା ବିଶ୍ୱକପକୁ ନେଇ ଆଧାରିତ । କିଛି ଦିନ ପୂର୍ବେ ରଣବୀର ନିଜ ଫିଲ୍ମର ଫାଷ୍ଟ ଲୁକ ଶେୟାର କରିଥିଲେ ଏବଂ ଏହାକୁ ଅନେକ ଲୋକ ପସନ୍ଦ ମଧ୍ୟ କରିଥିଲେ ।

ଏହି ଫିଲ୍ମରେ କପିଲ ଦେବଙ୍କ ଭୂମିକା ତୁଲାଇବା ପାଇଁ ରଣବୀର ପ୍ରାଣ ପଣେ ଚେଷ୍ଟା ଚଳାଇଛନ୍ତି । ଏହି ଭୂମିକା ପାଇଁ ସେ ସ୍ପେଶାଲ ଡାଏଟ ମଧ୍ୟ କରୁଛନ୍ତି । ମିଳିଥିବା ରିପୋର୍ଟ ମୁତାବକ ରଣବୀର ଏବେ ହେଭି ପ୍ରୋଟିନ ଡାଏଟ କରୁଛନ୍ତି । ସେମିତିବି ରଣବୀର ଭାରତୀୟ ଖାଦ୍ୟକୁ ଖୁବ ପସନ୍ଦ କରନ୍ତି ମାତ୍ର ଏବେ ସେ ଡାଏଟରେ ଅଣ୍ଡା ଏବଂ ତେଲରେ ହୋଇଥିବା ମାଛକୁ ସାମିଲ କରିଛନ୍ତି ।

ଣୁଣିବାକୁ ମିଳିଛି ଯେ ଲଣ୍ଡନରେ ୪ଜଣ ସୈଫ ତାଙ୍କର ଡାଏଟ ମନିଟର ଅଛନ୍ତି । କାରଣ ରଣବୀର ମିଠା ଖାଇବାକୁ ପସନ୍ଦ କରନ୍ତି ଏହିକାରଣରୁ ତାଙ୍କ ଖାଇବାରେ ଆଭାକାଡୋ ମୁସ ମଧ୍ୟ ସାମିଲ ହୋଇଛି , ଯେଉଁଥିରେ ଡାର୍କ ଚକଲେଟ ଚିପ୍ସ ଏବଂ ଆଭାକାଡୋ ବ୍ୟବହାର କରାଯାଇଛି ।

ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମରେ ରଣବୀର ସିଂଙ୍କ ବ୍ୟତୀତ ଦୀପିକା ପାଦୁକୋଣ, ତାହିର ରାଜ ଭସିନ, ସକିବ ସଲିମ, ଏମି ୱିର୍କ, ହାର୍ଡି ସାନ୍ଧୁ, ଜୀବା, ସାହିଲ ଖଟ୍ଟର, ଚିରାଗ ପାଟିଲ, ଆଦିନାଥ କେଠାରେ , ଧାରିୟା କର୍ବା ଏବଂ ପଙ୍କଜ ତ୍ରିପାଠୀ ଭଳି କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More