Only for Entertainment

ସୁପରହିରୋ ଆଇରନ ମ୍ୟାନଙ୍କ ପୋଷାକ ଚୋରି ! ଜାଣନ୍ତୁ କେତେ ଥିଲା ଏହାର ମୂଲ୍ୟ

Pinterest
0 68

ହଲିଉଡ ଫିଲ୍ମ ଆଇରନ ମ୍ୟାନ ଭୂମିକାରେ ନଜର ଆସିଥିବା ରୋବର୍ଟ ଡାଉନୀ ଜୁନିୟରଙ୍କ ଆଇରନ ମ୍ୟାନ ସୁଟ ଚୋରି ହୋଇଯାଇଛି । ଆଇରନ ମ୍ୟାନର ଗୋଲଡେନ ଏବଂ ରେଡ ରଙ୍ଗର ସୁଟ ଚୋରି ହୋଇଥିବା ଅଭିଯୋଗ ଆସିଛି । ଲସ ଏଞ୍ଜେଲସ ପୁଲିସ ଏହାକୁ ନେଇ ଏକ ମାମଲା ରୁଜୁ କରିଛନ୍ତି ।

ପୁଲିସର କହିବା ଅନୁସାରେ ରୋବର୍ଟ ଡାଉନୀ ଜୁନିୟର ଆଇରନ ମ୍ୟାନରେ ପିନ୍ଧିଥିବା ସୁଟକୁ କେହି ଜଣେ ଚୋରି କରିନେଇଛି । ୨୦୦୮ରେ ରିଲିଜ ହୋଇଥିବା ଆଇରନ ମ୍ୟାନ ଫିଲ୍ମରେ ରୋବର୍ଟ ଏହି ସୁଟ ପିନ୍ଧିଥିଲେ ।


ମଙ୍ଗଳବାର ଷ୍ଟୋରେଜ ଫେସେଲିଟି ଏହି ସୁଟକୁ ଦେଖିବାକୁ ମିଳିନଥିଲା । ପୁଲିସ ଏହି ଆଇକନିକ ଆଇରନ ମ୍ୟାନ ସୁଟକୁ ଖୋଜିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ସୂଚନା ଅନୁସାରେ ପୁଲିସ ଏଥିପାଇଁ ଡିଟେକ୍ଟିଭର ମଧ୍ୟ ସାହାଯ୍ୟ ନେଇଛନ୍ତି ।

ସୂଚନା ଅନୁସାରେ ଚୋରି ହୋଇଥିବା ଆଇରନ ମ୍ୟାନ ସୁଟର ମୁଲ୍ୟ ପାଖାପାଖି ୨.୧୭ କୋଟି । ଏହି ସୁଟକୁ ଯେଉଁଠାରେ ରଖାଯାଇଥିଲା ସେଠାରେ କାମ କରୁଥିବା କର୍ମଚାରୀଙ୍କ କହିବା ଅନୁସାରେ ସୁଟଟି ଫେବୃୟାରୀ ରୁ ୨୫ ଏପ୍ରିଲ ମଧ୍ୟରେ ଚୋରି ହୋଇଛି । ଚୋରି ହୋଇଥିବା ଏହି ସୁଟକୁ ରୋବର୍ଟ ଆଇରନ ମ୍ୟାନ ଫିଲ୍ମର ପ୍ରଥମ ଭାଗରେ ପିନ୍ଧିଥିଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More