Only for Entertainment

ୱେବସିରିଜ ‘ଟିକେ ସତ ଟିକେ ମିଛ’ରେ ନଜର ଆସିଲେ ସମ୍ଭବ ମାନସିଂହ

facebook
57

ପ୍ୟାନିକ୍ ସଟସ ଓ ସାହେବ ବିବି ସାଲାର ସଫଳତା ପରେ ଟେକ୍ନୋ ଆଟ୍ସ୍ ପ୍ରଡକ୍ସନ ପକ୍ଷରୁ ଏକ ନୂଆ ୱେବସିରିଜ ନିର୍ମିତ ହୋଇଛି । ଟେକ୍ନୋ ଆଟ୍ସ ପ୍ରଡକ୍ସନର ଏହି ନୂଆ ୱେବ ସିରିଜର ଟାଇଟଲ ରହିଛି ‘ଟିକେ ସତ ଟିକେ ମିଛ’ ସୁବଠାରୁ ବଡ କଥା ହେଉଛି କି, ଏହି ୱେବ ସିରିଜରେ ଓଲିଉଡର ଜଣେ ଲୋକପ୍ରିୟ ନାୟକ ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ନାୟକ ଜଣକ ହେଲେ ସମ୍ଭବ ମାନସିଂହ ସମ୍ଭବଙ୍କୁ ଦର୍ଶକ ଆଗରୁ ୱାନ ୱେ ଟ୍ରାଫିକ୍ ଓ ‘ମିଠା ମିଠା’ ଭଳି ଓଡିଆ ସିନେମାରେ ନାୟକ ଭୂମିକାରେ ଦେଖିବାକୁ ପାଇଛନ୍ତି । ସମ୍ଭବଙ୍କର ଦୁଇଟି ନୂଆ ଓଡିଆ ସିନେମା ଏବେ ଫ୍ଲୋରରେ ରହିଛି । ଏଥି ମଧ୍ୟରୁ ଗୋଟିଏ ହେଲା ‘ଆଶିକ୍ ସରେଣ୍ଡର ହେଲା’ ଏବଂ ଅନ୍ୟଟି ହେଲା ‘ଲୁଚାଇ ଦେ ମୋତେ ଚାତି ଭିତରେ’ ।

sambhav mansingh

ସମ୍ଭବଙ୍କ ବ୍ୟତିତ ଏହି ୱେବସିରିଜରେ ସୁନିତା ଜେନା, ଦ୍ୱୀପାନ୍ୱିତା ଦାସ ମହାପାତ୍ର, ହଂସିକା, ସଲୋନୀ ଓ ରୋସନ ପ୍ରମୂଖଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହି ୱେବ ସିରିଜ ଏକ ରୋମାଂଟିକ କମେଡି ବୋଲି କୁହାଯାଉଛି । ନୂଆ ପୀଢୀର ଦର୍ଶକଙ୍କ ରୁଚି ଅନୁଯାୟୀ ଏହାର ନିର୍ମାଣ କରାଯାଉଛି ବୋଲି କୁହାଯାଉଛି । ଅନୁପମ ପଟ୍ଟନାୟକ ‘ଟିକେ ସତ ଟିକେ ମିଛ’ର ପ୍ରଯୋଜନା କରିଛନ୍ତି । ଏହାର କାର୍ଯ୍ୟକାରୀାରି ପ୍ରଯୋଜକ ହେଲେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ପୁରସ୍କାର ଲାଭ କରିଥିବା ବର୍ଷା ପଟ୍ଟନାୟକ । ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ବିଭାସ ରଥ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More