Only for Entertainment

କମେଡି ଫିଲ୍ମ ‘ଡଗହାଉସ’ରେ ନଜର ଆସିବେ ସଂଜୟ ଦତ୍ତ, ଏମଏସ ଧୋନି କାମିଓ ରୋଲରେ ଆସିପାରନ୍ତି ନଜର !

26

‘ମୋତିଚୁର ଚକନାଚୁର’ , ‘ଦ ବଡି’ର ରିମେକ ଭଳି ବାୟାକମ୧୮ ଷ୍ଟୁଟିଓର ଅନେକ ଫିଲ୍ମ ପାଇପଲାଇନରେ ଅଟକି ରହିଛି । ଏହାମଧ୍ୟରେ ପ୍ରଡକ୍ସନ ହାଉସ ଆଉ ଏକ ପ୍ରୋଜେକ୍ଟ ଉପରେ କାମ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ।

ମିଡିଆ ରିପୋର୍ଟ ମୁତାବକ ଷ୍ଟୁଡିଓ ଏକ ବଡ କମେଡି ଫ୍ରାଂଚାଇଜର ବ୍ୟାକିଂ କରିବା ପାଇଁ ଯାଉଛନ୍ତି , ଯେଉଁଥିରେ ସଂଜୟ ଦତ୍ତ ମୁଖ୍ୟ ଭୂମିକାରେ ନଜର ଆସିବେ । ସେହିଭଳି ୟମଲା ପଗଲା ଦିୱାନା ଫେମ ନିର୍ଦ୍ଦେଶକ ସମୀର କାର୍ଣ୍ଣିକ ଏହି ଫିଲ୍ମରେ ନିର୍ଦ୍ଦେଶନା କରିବେ ।

ଏକ ସୂତ୍ର ମୁତାବକ ଫିଲ୍ମ ଟାଇଟଲ ଡଗହାଉସ ରହିଛି । ଏହାର କାହାଣୀ ତିନିଜଣ ଅଣ୍ଡରଡଗ ପାଖାପାଖି ରହିଛି ଏବଂ ମୁଖ୍ୟ ଭୂମିକା ପାଇଁ ଅନେକ ବଡ ନା’ ଚର୍ଚ୍ଚାରେ ରହିଛି । ସଂଜୟ ଦତ୍ତଙ୍କୁ ଫାଇନାଲ କରାଯାଇଛି, ଏବେ ଫିଲ୍ମମେକର୍ସ ଦୁସର ମୁଖ୍ୟ ଭୂମିକା ପାଇଁ ଅଭିନେତ୍ରୀଙ୍କୁ ଫାଇନାଲ କରୁଛନ୍ତି ।

ରିପୋର୍ଟ ମୁତାବକ ସୁନୀଲ ସେଟ୍ଟୀଙ୍କ ସହ ମଧ୍ୟ ଚର୍ଚ୍ଚା ଚାଲିଛି । ଏହାବ୍ୟତୀତ ବାକି ପୁରୁଷ ଭୂମିକା ପାଇଁ ଇମରାନ ହାସମୀ ଏବଂ ଆର ମାଧବନଙ୍କ ସହ ମଧ୍ୟ କଥାବାର୍ତ୍ତା ଚାଲିଛି । ସେହିଭଳି ପଦ୍ମାବତ ଫେମ ଅଭିନେତା ଜିମ ସରଭଙ୍କୁ ଖଳନାୟକ ଭୂମିକା ପାଇଁ ଆପ୍ରୋଚ କରାଯାଇଛି ।

ତେବେ ଏହି ଫିଲ୍ମରେ କାମିଓ ପାଇଁ କ୍ରିକେଟର ଏମ ଏସ ଧୋନିଙ୍କୁ ଆପ୍ରୋଚ କରାଯାଉଛି । ଆସନ୍ତା ମାସରେ ଅନ୍ୟ କଳାକାରଙ୍କ ବିଷୟରେ ଫାଇନାଲ ରିପୋର୍ଟ ସାମ୍ନାକୁ ଆସିବ । ଏଠାରେ ଆମେ କହି ରଖୁଛୁ ଯେ ବାୟାକମ୧୮’ର ଏହା ୫ମ ପ୍ରୋଜେକ୍ଟ ଅଟେ ଯାହାକୁ ସଂଜୟ ଦତ୍ତ ସାଇନ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More