Only for Entertainment

ଜନ୍ମଦିନରେ ଜାରି ହେଲା ‘କେଜିଏଫ୨’ରୁ ସଂଜୟ ଦତ୍ତଙ୍କ ଲୁକ, ଦେଖନ୍ତୁ ଭୟାନକ ଅବତାର !

317

ସାଉଥ ସୁପରଷ୍ଟାର ୟଶଙ୍କ ପୁର୍ବ ବର୍ଷ ଆସିଥିବା ଫିଲ୍ମ ‘କେଜିଏଫ’ଖୁବ ସଫଳତା ହାସଲ କରିଥିଲା । ଫିଲ୍ମକୁ ଲୋକମାନେ ଖୁବ ପସନ୍ଦ କରିଥିଲେ । ଏହିକାରଣରୁ ଫିଲ୍ମ ୨୫୦କୋଟି ବ୍ୟବସାୟ କରିଥିଲା । ଏହା କନ୍ନଡ ସିନେମା ମଧ୍ୟ ସବୁଠାରୁ ବଡ ହିଟ ଫିଲ୍ମ ବୋଲି ପ୍ରମାଣିତ ହୋଇଥିଲା ।

ମେକର୍ସ ଏବେ ‘କେଜିଏଫ: ଚାପ୍ଟର୨’ର ଫାଷ୍ଟ ଲୁକ ଜାରି କରିଛନ୍ତି ଏବଂ ଏଥିରେ ଖଳନାୟକ ଭୂମିକାରେ ସଂଜୟ ଦତ୍ତବିଲକୁଲ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ।

ଖାସ କଥା ହେଉଛି ସଂଜୟ ଦତ୍ତଙ୍କ ବର୍ଥଡେରେ ଏହି ପୋଷ୍ଟର ଶେୟାର କରାଯାଇଛି । ସଂଜୟ ଦତ୍ତ ନିଜେ ଟ୍ୱିଟ କରି ଲେଖିଛନ୍ତି, ଧନ୍ୟବାଦ ଏବଂ କେଜିଏଫରେ ଅଂଶ ହୋଇ ସେ ଖୁବ ଖୁସି ଏବଂ ଉତ୍ସାହିତ ଅଛନ୍ତି ।

କିଛି ଦିନ ପୂର୍ବେ ‘କେଜିଏଫ୨’ର ମେକର୍ସ ଏକ ଟିଜର ପୋଷ୍ଟର ରିଲିଜ କରିଥିଲେ ଯେଉଁଥିରେ ଅଧୀରାଙ୍କ ଛୋଟ ଝଲକ ଦେଖିବାକୁ ମିଳିଥିଲା । କିନ୍ତୁ ଏହା ପରିଷ୍କାର ଆସି ନଥିଲା ଯେ ଏହି ଭୂମିକା କିଏ ତୁଲାଉଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ପ୍ରଥମ ପାର୍ଟ ପରେ ଫ୍ୟାନ୍ସ ଏହାର ସିକ୍ୱେଲର ଅପେକ୍ଷାରେ ରହିଥିଲେ । ‘କେଜିଏଫ’ ରିଲିଜ ହେବାର କିଛି ଦିନ ପରେ ଏହାର ଦ୍ୱିତୀୟ ପାର୍ଟର ସୁଟିଂ ଆରମ୍ଭ ହୋଇଯାଇଥିଲା । ‘କେଜିଏଫ୨’ ଆସନ୍ତା ବର୍ଷ ଅର୍ଥାତ ୨୦୨୦ରେ ରିଲିଜ ହେବ । ଫିଲ୍ମରେ ଶ୍ରୀନୀଧି ସେଟ୍ଟୀ ହିରୋଇନ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More