Only for Entertainment

ଏବେ ଡାନ୍ସ ପାଇଁ ତାଲିମ ନେଉଛନ୍ତି ଶାହରୁଖଙ୍କ ଝିଅ ସୁହାନା !

66

ଶାହରୁଖଙ୍କ ପୁଅ ଆର‌୍ୟନ ଖାନ ‘ଦ ଲାୟନ କିଂ’ରେ ସିମ୍ବା ଭୂମିକାରେ ନିଜର କଣ୍ଠ ଦେଇ ଡେବ୍ୟୁ କରିଥିଲେ । ଯେଉଁଠି ଫିଲ୍ମ ବକ୍ସଅଫିସରେ ଭଲ ପ୍ରଦର୍ଶନ କରିଛି । ସେହିଭଳି ସୁପରଷ୍ଟାରଙ୍କ ଝିଅ ସୁହାନା ଖାନଙ୍କ ଉପରେ ଏବେ ସମସ୍ତଙ୍କ ନଜର ।

ଅସଲରେ, ସୁହାନା ଯିଏ କି ନିକଟରେ ନିଜ ପାଠପଢା ଶେଷ କରି ମୁମ୍ବାଇ ଫେରିଛନ୍ତି । ତାଙ୍କ ବିଷୟରେ ଚର୍ଚ୍ଚା ରହିଛି କି ସେ ଖୁବ ଶୀଘ୍ର ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହାମଧ୍ୟରେ ସୁହାନାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଅନୁମାନ ହେଉଛି ଯେ ସୁହାନା ବିଗବ୍ରେକ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

ଏହା ତ ସମସ୍ତଙ୍କୁ ଜଣା କଲେଜରେ ସୁହାନା ଡ୍ରାମା ଏକ୍ସଲେନ୍ସିରେ ଭାଗ ଦେଇ ସ୍ପେଶାଲ ଆୱାର୍ଡ ଜିତିଥିଲେ । ଏବେ ଫଟୋ ଦେଖି ଲାଗୁଛି ସୁହାନା ଡାନ୍ସିଂ ସ୍କିଲ୍ସକୁ ମଧ୍ୟ ଉନ୍ନତି କରାଉଛନ୍ତି ।

ଫଟୋରେ ସୁହାନା ନିଜର ଡାନ୍ସ ଟ୍ରେନର ସଂଜନା ମୁଠରେଜାଙ୍କ ସହ ନଜର ଆସିଛନ୍ତି । ତାଙ୍କ ବନ୍ଧୁର ସନୟା ଏବଂ ଜାହ୍ନବୀଙ୍କୁ ମଧ୍ୟ ସେ ତାଲିମ ଦେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More