Only for Entertainment

ଅଭିନେତା ଶ୍ରେୟସ ତାଲପଡେ ଏବଂ ଅଫତାବ ଶିବଦାସାନୀ ଫିଲ୍ମ ‘ସେଟର୍ସ’ରେ ଏକାସହ ଆସିବେ ନଜର !

Filmymonkey
41

ଅଭିନେତା ଶ୍ରେୟସ ତାଲପଡେ ଏବଂ ଅଫତାବ ଶିବଦାସାନୀ ଫିଲ୍ମ ‘ସେଟର୍ସ’ରେ ଏକାସହ ଆସିବେ ନଜର । ଏହି ଫିଲ୍ମରେ ସୋନାଲୀ ସେହଗଲ ଏବଂ ଇଶିତା ଦତ୍ତା ମଧ୍ୟ ନଜର ଆସିବେ । ଫିଲ୍ମର ସୁଟିଂ ଅକ୍ଟୋବର ୧୦ରେ ଆରମ୍ଭ ହେବ ।

ସେଟର୍ସ ସହ ନୂଆ ଯାତ୍ରା ବୋଲି ଶ୍ରେୟସ ଟ୍ୱିଟ କରି ଜଣାଇଛନ୍ତି ।ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଶ୍ୱିନୀ ଚୌଧରୀ । ଗୁଡ ବୟ ବ୍ୟାଡ ବୟ ନିର୍ଦ୍ଦେଶକ ଅଶ୍ୱିନୀ ଟିଭିରେ ମଧ୍ୟ କାମ କରିଛନ୍ତି ।

ସେ ଲାଡୋ ଏବଂ ଧୁପ ଭଳି ସମ୍ବେଦନଶୀଳ ଫିଲ୍ମ ମଧ୍ୟ ବନାଇଛନ୍ତି । ଲାଡୋରେ ନିର୍ଦ୍ଦେଶକଙ୍କୁ ପ୍ରଥମ ରାଷ୍ଟ୍ରୀୟ ପୁରସ୍କାର ମିଳିଥିଲା । ଧୁପ ମଧ୍ୟ ଅନେକ ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଶଂସା କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More