Only for Entertainment

ତାମିଲ ସୁପରଷ୍ଟାର ବିଶାଲ ‘ଗଜ’ଦ୍ୱାରା କ୍ଷତିଗ୍ରସ୍ତ ଗ୍ରାମକୁ ପୋଷ୍ୟଗ୍ରାମ ଘୋଷଣା କଲେ !

indiatimes
26

ତାମିଲନାଡୁରେ ସାମୁଦ୍ରିକ ଝଡ ‘ଗଜ’ର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ଗୁଡିକରେ ପୁନରୁଦ୍ଧାର ପାଇଁ ତାମିଲ କଳାକାରମାନେ ଆଗେଇ ଆସିଛନ୍ତି। ବାତ୍ୟା ଗଜ ଦ୍ୱାରା ପ୍ରଭାବିତ ଜିଲ୍ଲାଗୁଡିକର ଉନ୍ନତି ଲାଗି ଲୋକପ୍ରିୟ ତାମିଲ ଅଭିନେତା ରଜନୀକାନ୍ତ, ବିଜୟ ,ସୂର୍ଯ୍ୟା ଓ ବିଜୟ ସେତୁପତି ପ୍ରମୁଖ ଦାନ ଦେଇଛନ୍ତି। ଏବେ ଆଉ ଜଣେ ଖ୍ୟାତନାମା ଅଭିନେତା ତଥା ତାମିଲ ଫିଲ୍ମ ପ୍ରଯୋଜକ କାଉନସିଲ (ଟିଏଫ ପି ସି)ର ଅଧ୍ୟକ୍ଷ ବିଶାଲ ଏଥିପାଇଁ ହାତ ବଢ଼ାଇଛନ୍ତି। ବିଶାଲ ଗଜ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା କାରକାଭାୟାଲ୍‌ ଗ୍ରାମକୁ ପୋଷ୍ୟ ଗ୍ରାମଭାବେ ଗ୍ରହଣ କରିଥିବା ଜଣାଯାଇଛି।ଏହି ଗ୍ରାମ ତାମିଲନାଡୁର ଥାନ୍‌ଜାଭୁର୍‌ ଜିଲ୍ଲାରେ ଅବସ୍ଥିତ।

ଏ ସଂପର୍କରେ ବିଶାଲ ନିଜ ଟ୍ୟୁଟରରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,ଏହି ଗ୍ରାମକୁ ପୂର୍ବାବସ୍ଥା ଫେରାଇବା ଲାଗି ସମସ୍ତ ପ୍ରକାରର ପ୍ରୟାସ କରିବେ। ଏହି ଗ୍ରାମର ଦାୟିତ୍ୱ ସବୁଦିନ ଲାଗି ସେ ନିଜ ହାତକୁ ନେଲେ ବି ଜଣାଇ ଏକ ଭିଡିଓ ମଧ୍ୟ ସେଆର୍‌ କରିଛନ୍ତି ବିଶାଲ। ବିଶାଲଙ୍କ ଏହି ମହନୀୟ କାର୍ଯ୍ୟର ଘୋଷଣା ପରେ ଗ୍ରାମବାସୀମାନେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅନ୍ୟତମ ତାମିଲ କଳାକାର ଅଜିତ୍‌ ‘ଗଜ’ରେ ପୁନଃ ଥଇଥାନ ଲାଗି ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୫ ଲକ୍ଷ ଟଙ୍କା ଦାନ କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More