Only for Entertainment

କପିଲ ଶର୍ମାଙ୍କ ବିବାହ ରିସେପସନରେ ଧମାଲ ମଚାଇଲେ ବାଜିରାଓ ଏବଂ ମସ୍ତାନୀ, ଇଂଟରନେଟରେ ଭାଇରାଲ ହେଲା ଭିଡିଓ !

17

କିଛି ଦିନ ହେବ ଯଦି କୌଣସି ବଲିଉଡ କପଲଙ୍କ ଚର୍ଚ୍ଚା ହୁଏ ତେବେ ପ୍ରଥମ ତାଲିକାରେ ନାଁ ଆସେ ଦୀପିକା ଏବଂ ରଣବୀର ସିଂ ଙ୍କର । ଏହି ଯୋଡିଙ୍କ ବିବାହ ମାସେ ବିତିଗଲାଣି ସୁଧା ଚର୍ଚ୍ଚା ବନ୍ଦ ହେଉନାହିଁ । କେବଳ ସେତିକି ନୁହେଁ , ଯେଉଁଆଡେ ରଣବୀର ଯାଉଛନ୍ତି ତାଙ୍କ ସହ ଦୀପିକା ମଧ୍ୟ ନଜର ଆସୁଛନ୍ତି ।


କିଛି ଏଭଳି ଦେଖିବାକୁ ମିଳିଥିଲା କମେଡି କିଙ୍ଗ କପିଲ ଶର୍ମା ଙ୍କ ରିସେପସନ ପାର୍ଟିରେ । ରଣବୀର ଏବଂ ଦୀପିକା କପିଲଙ୍କ ରିସେପସନ ପାର୍ଟିରେ ପହଂଚିଥିଲେ । ରିସେପସନରେ ଦୁହେଁ ଦୁହିଁଙ୍କୁ ରୋକି ପାରି ନଥିଲେ ଏବଂ ଡ୍ୟାନ୍ସ କରିବାକୁ ଲାଗି ପଡିଥିଲେ ।


କପିଲ ଏବଂ ଗିନ୍ନିଙ୍କ ରିସେପସନରେ ରଣବୀର ଏବଂ ଦୀପିକା ନିଜର ଅପକମିଂ ଫିଲ୍ମ ସିମ୍ବା ଠାରୁ ଆରମ୍ଭ କରି ସୁବହ ହୋନେ ନା ଦେ ଗୀତରେ ଡ୍ୟାନ୍ସ କରିଥିଲେ । ତାଙ୍କର ଡ୍ୟାନ୍ସ ଏନର୍ଜି ଦେଖି ରିସେପସନରେ ଉପସ୍ଥିତ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
କପିଲ ଏବଂ ଗିନ୍ନିଙ୍କ ୱେଡିଂ ରିସେପସନରେ ରଣବୀର ଏବଂ ଦୀପିକାଙ୍କ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି, ଯାହା ଇଂଟରନେଟରେ ଏବେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More