Only for Entertainment

ବିବାହ ବନ୍ଧନରେ ବାନ୍ଧି ହେବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ, ସ୍ୱାମୀଙ୍କ ମଧ୍ୟରେ ଏହି ସବୁ ଗୁଣ ଥିଲେ ଅନଲାଇନରେ କରନ୍ତୁ ଆବେଦନ !

98

ବଲିଉଡ ଅଭିନେତ୍ରୀ ଅଦା ଶର୍ମା ବିବାହ କରିବାକୁ ଚାହୁଁଛନ୍ତି । ତାଙ୍କ ଭାବି ପତିଙ୍କ ଏହିସବୁ ଯୋଗ୍ୟତା ଥିବା ମଧ୍ୟ କହିଛନ୍ତି । ସୋସିଆଲ ମିଡିଆରେ ଥିବା ପୋଷ୍ଟରେ ଅନ୍ଦାଜ ଲଗାଇ ପାରିବେ ଯେ ତାଙ୍କୁ କିଭଳି ସ୍ୱାମୀ ଆବଶ୍ୟକ । ତାମିଲ ଏବଂ ବଲିଉଡ ଫିଲ୍ମରେ ନଜର ଆସିବାକୁ ଥିବା ଅଦା ନିଜ ସେନ୍ସ ଅଫ ହ୍ୟୁମର ପାଇଁ ପରିଚିତ ।

ଅଦାଙ୍କ ପୋଷ୍ଟ ମୁତାବକ ବର ଏଭଳି ଦରକାର ଯିଏ କି ପିଆଜ ଖାଉ ନଥିବ । ଜାତି, ରଙ୍ଗ,ଧର୍ମ, ଜୋତା ସାଇଜ, ବିଜା, ସ୍ୱିମିଂ ଶିଖିଥିବା, ବାଇସେପ୍ସର ସାଇଜ,ଇନଷ୍ଟାଗ୍ରାମ ଫଲୋର୍ସ, କୁଣ୍ଡଳୀରେ କିଛି ଅସୁବିଧା ନଥିବ । ସେ ଚେହେରାରେ ଖୁସି ଆଣିବା ପାଇଁ ଦିନକୁ ୩ଥର ରୋଷେଇ କରି ଖୁଆଇବା ପାଇଁ ଇଚ୍ଛୁକ ଥିବ ଏବଂ ସବୁବେଳେ ଦାଢି ବନଉଥିବ । ସେ କେବଳ ପାରମ୍ପାରିକ ଭାରତୀୟ କପଡା ପିନ୍ଧୁଥିବେ । ତାଙ୍କୁ ପ୍ରତିଦିନ ୫ଲିଟର ପାଣି ଦିଆଯିବ ମାତ୍ର ମାଂସାହାରୀ ଏବଂ ଆଲକୋହଲ ବାହାରେ ଏବଂ ଘରେ ନିଷେଧ । ସେ ସମସ୍ତ ଭାରତୀୟ ଭାଷା ଫିଲ୍ମକୁ ସମ୍ମାନ ଦେବା ସହ ଫିଲ୍ମ ଦେଖି ଉପଭୋଗ କରିବାକୁ ପଡିବ । ଏଭଳି କେହି ଅଛନ୍ତି କି?

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଅଦା ଶର୍ମା କିଛି ତାମିଲ ଏବଂ ହିନ୍ଦୀ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଏଥିରୁ କମାଣ୍ଡୋ୩, ବାୟପାସ ରୋଡ ଏବଂ ମେନ ଟୁ ମେନ ଭଳି ଫିଲ୍ମ ସାମିଲ ରହିଛି । ଅଦା ପ୍ରଭୁ ଦେବାଙ୍କ ଚାର୍ଲି ଚ୍ୟାପଲିନରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ସେହିଭଳି ଇଧୁ ନମ୍ମା ଅଲ୍ଲୁରେ ତାଙ୍କ ଆଇଟମ ସଙ୍ଗ ଖୁବ ପପୁଲାର ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More