Only for Entertainment

୬ବର୍ଷ ବୟସରେ ହୋଇଥିଲେ ଦୁଷ୍କର୍ମର ଶିକାର, ୬୧ବର୍ଷ ବୟସରେ ହେଲା ଖୁଲାସା ।

first post
0 119

ଟିଭି କିମ୍ବା ଆଲବମ ଦୁନିଆରେ ସମସ୍ତ ପ୍ରକାର ଅଭିନୟ କରୁଥିବା ଅଭିନେତ୍ରୀ ଡେଜି ଇରାନୀ ନିଜ ଜୀବନର କିଛି ଅକୁହା କଥାର ଖୁଲାସା କରିଛନ୍ତି । ଯାହା ଶୁଣି ବଲିଉଡର ସମସ୍ତ କଳାକାର ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି । ଡେଜି ଇରାନୀ ୧୯୫୦ରେ ଶିଶୁ କଳାକାର ଭାବେ ପରଦାକୁ ଆସିଥିଲେ । କୁଂଚ କେଶ ଏବଂ ବଡ ବଡ ଆଖିରେ ସେ ସମସ୍ତଙ୍କ ହୃଦୟ ଜିତି ଥିଲେ ।

images

 

‘ମି ଟୁ କ୍ୟାମ୍ପେନ’ଜରିଆରେ କିଛି ଦିନ ହେବ ସମସ୍ତେ ଯୌନ ଶୋଷଣ ସମ୍ପର୍କରେ ଚର୍ଚ୍ଚା କରୁଛନ୍ତି । ବିଗତ କିଛି ଦିନ ହେବା ଅନେକ କଳାକାର ତାଙ୍କ ସହ ହୋଇଥିବା ଯୌନ ମାମଲା ସମ୍ପର୍କରେ ଖୋଲା ଖୋଲି ଭାବେ ନିଜର ରାୟ ଦେଉଛନ୍ତି । ବର୍ତ୍ତମାନ ଏହି ମାମଲାରେ ୬୭ବର୍ଷୀୟ ଡେଜି ମଧ୍ୟ ନିଜ ଅତୀତ ସମ୍ପର୍କରେ ଖୋଲା ଖୋଲି ଭାବେ କହିଛନ୍ତି । ମୁମ୍ବାଇ ମିରୋରରେ ଦେଇଥିବା ଏକ ସାକ୍ଷାତକାରରେ ଡେଜି କହିଛନ୍ତି ଯେ, ଯେତେବେଳେ ତାଙ୍କୁ ୬ବର୍ଷ ହୋଇଥିଲା ତାଙ୍କର ଦୁଷ୍କର୍ମ ହୋଇଥିଲା । ସେହି ସମୟରେ ସେ ମାଦ୍ରାସରେ ଏକ ଫିଲ୍ମ ‘ହମ ପଂକ୍ଷୀ ଏକ ଡାଲ କି’ରେ ସୁଟିଂ କରୁଥିଲେ । ଡେଜିଙ୍କର ରେପ ତାଙ୍କର ଜଣେ ଜଚ୍ଚାଣୁଣା ବ୍ୟକ୍ତି କରିଥିଲେ । ସେ ତାଙ୍କୁ ଏକ ହୋଟେଲ ଦେଇ ଯାଇଥିଲେ ସେଠାରେ ତାଙ୍କୁ ବେଲ୍ଟରେ ମାରିଥିଲେ । କେବଳ ସେତିକି ନୁହେଁ ସେ ଏହା ମଧ୍ୟ କହିଥିଲେ ଯେ ଯଦି ଏହି ସମ୍ପର୍କରେ କାହାକୁ କହନ୍ତି ତେବେ ତାଙ୍କୁ ସେହି ବ୍ୟକ୍ତି ଜଣକ ତାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ ।

ସେ ସମୟରେ ଡେଜି ବହୁତ ଛୋଟ ଥିଲେ ମାତ୍ର ଆଜି ମଧ୍ୟ ତାଙ୍କୁ ସେହି କଷ୍ଟ ମନେ ଅଛି ବୋଲି ଡେଜି କହିଛନ୍ତି । । ସେହି ବ୍ୟକ୍ତି ଜଣକର ମୃତ୍ୟୁ ହୋଇ ସାରିଲାଣି, ତାଙ୍କ ନା ନଜର ଥିଲା । ଆସାମୀ ଜଣକ କଣ୍ଠଶିଳ୍ପୀ ଅମ୍ବାଲେବାଲୀଙ୍କ ସମ୍ପର୍କୀୟ ଥିଲେ ଏବଂ ବଲିଉଡ ଜଗତରେ ଜଣାଶୁଣା ବ୍ୟକ୍ତି ଥିଲେ । ସେହି କାରଣରୁ ଡେଜି ଡରି ଯାଇଥିଲେ ବୋଲି କହିଛନ୍ତି ।
ଆଉ ଏକ କଥା କହି ଡେଜି କହିଛନ୍ତି ଯେ ଏହି ବିଷୟରେ ସେ ତାଙ୍କ ମାଙ୍କୁ ମଧ୍ୟ କହି ପାରିନଥିଲେ । ତାଙ୍କୁ ଯେତେବେଳେ ୧୫ବର୍ଷ ହୋଇଥିଲା ତାଙ୍କ ମା ଜରେ ପ୍ରଡ୍ୟୁସର ମାଲିକଚନ୍ଦ କୋଚରଙ୍କ ପାଖରେ ତାଙ୍କୁ ଶାଢୀ ପିନ୍ଧାଇ ଛାଡି ଆସିଥିଲେ । କାରଣ ସେହି ପ୍ରଡ୍ୟୁସରଙ୍କ ଫିଲ୍ମ ‘ମେରେ ହୁଜୁର’ରେ କାମ ମିଳିଯାଉ ଏବଂ ସେ ରାତାରାତି ଷ୍ଟାର ହୋଇଯାଆନ୍ତୁ ବୋଲି ତାଙ୍କ ମା ଚାହୁଁଥିଲେ ।

GL120724119

ଯେତେବେଳେ ସେ ସେହି ପ୍ରଡ୍ୟୁସରଙ୍କ ପାଖରେ ପହଂଚିଥିଲେ ସେହି ବ୍ୟକ୍ତି ଜଣକ ତାଙ୍କ ପାଖରେ ବସାଇ ତାଙ୍କୁ ଛୁଇଁବା ଆରମ୍ଭ କରି ଦେଇଥିଲେ । ଡେଜିଙ୍କୁ ଜଣା ଥିଲା ସେ ସେହି ବ୍ୟକ୍ତି ଜଣକ ମନରେ କଣ ଚାଲିଛି । ଏହାପରେ ସେ ସେହି ସ୍ଥାନ ଛାଡି ଚାଲି ଯାଇଥିଲେ । ଏହାପରେ ଡେଜି ଏବଂ ତାଙ୍କ ଭଉଣୀ ଚାହୁଥିଲେ ତାଙ୍କ ବିବାହ ହୋଇଯାଉ ଏବଂ ସେମାନେ ଘର ଛାଡି ଦିଅନ୍ତୁ । କାରଣ ଡେଜି ତାଙ୍କ କଷ୍ଟ ମାଙ୍କ ଆଗରେ କହି ପାରୁନଥିଲେ ।

ରିପୋର୍ଟ ଅନୁସାରେ ଡେଜି ୩ଭଉଣୀଙ୍କ ମଧ୍ୟରୁ ବଡ ଥିଲେ , ସେ ୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More