Only for Entertainment

ଟିଭି ଅଭିନେତ୍ରୀ ଦୀପିକା କକ୍କରଙ୍କୁ କ୍ୟାବ ଡ୍ରାଇଭର ଦେଖାଇଲେ ଖରାପ ବ୍ୟବହାର, ଏପରି ଦେଲେ ଜବାବ

Myodia
0 39

‘ସସୁରାଲ ସିମର କା’ ଫେମ୍ ଦୀପିକା କକ୍କରଙ୍କ ସହିତ ଏକ କ୍ୟାବ ଡ୍ରାଇଭର ଖରାପ ବ୍ୟବହାର କରିଛନ୍ତି । ଦୀପିକା ତାଙ୍କର ଏହି ଖରାପ ଅଭିଜ୍ଞତାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ସୂଚନା ଅନୁସାରେ ଦୀପିକା ଓଲା କ୍ୟାବ ବୁକ କରିଥିଲେ । କ୍ୟାବରେ ବସିବା ପରେ ସେ ଡ୍ରାଇଭରଙ୍କୁ ଠିକ ଭାବେ ଗାଡି ଚଲେଇବା ପାଇଁ କହିଥିଲେ । ଏହାପରେ ଡ୍ରାଇଭର ଜଣଙ୍କ ତାଙ୍କୁ ଗାଡିରୁ ବାହାରିଯିବା ପାଇଁ କହିଥିଲେ । ଏହା ପରେ ସେ ଏହି ଆପକୁ ଡିଲିଟ କରିଦେଇଥିବା ପ୍ରକାଶ କରିଛନ୍ତି ।


ଏହା ସହିତ ସେ କହିଥିଲେ ଦ୍ୱିତୀୟ ଥର ପାଇଁ ତାଙ୍କ ସହିତ ଏପରି ହୋଇଛି । ଯାହାକୁ ସେ କେବେ ଭୁଲିବେ ନାହିଁ । କେବଳ ଏତିକି ନିୁହେଁ ସେ ଡ୍ରାଇଭରଙ୍କ ନାମ ସହିତ ସମ୍ପର୍ଣ୍ଣ ବିବରଣୀର ସ୍କ୍ରିନସର୍ଟ ସେୟାର ମଧ୍ୟ କରିଥିଲେ ।

ଦୀପିକା ଏହାକୁ ସେୟାର କରିବା ପରେ ତାଙ୍କର ପ୍ରଶଂସକମାନେ ତାଙ୍କ ସପକ୍ଷରେ ବାହାରିଥିଲେ । ଏବଂ ଏଭଳି ପଦକ୍ଷେପ ନେଇଥିବାରୁ ତାଙ୍କୁ ସ୍ୱାଗତ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More