Only for Entertainment

ପୁଣିଥରେ ପରଦାକୁ ଫେରିବା ପାଇଁ ତାରକ ମେହତାକା ଉଲଟା ଚଷମା ଅଭିନେତ୍ରୀ ଡିମାଣ୍ଡ କଲେ ଏତେ ଟଙ୍କା ।

pinkvilla
0 30

ଭାରତୀୟ ଟିଭି ଜଗତରେ ତାରକ ମେହତାକା ଉଲଟା ଚଷମା ଏକ ଜନପ୍ରିୟ ଶୋ ଭାବରେ ପରିଲକ୍ଷିତ ହୋଇଛି । ଏହି ଧାରାବାହିକର ଦିଶା ଭକାନୀ ଆକା ଦୟାବେନଙ୍କୁ ମିସ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ଖୁସି ଖବର ନିଶ୍ଚୟଯେ ସେ ପରଦାକୁ ଫେରୁଛନ୍ତି । ଦିଶା ପୋଷ୍ଟ ପ୍ରେଗନେନ୍ସି ପରେ ପରଦାକୁ ଫେରିବା ପାଇଁ ଏଗ୍ରିମେଂଟ କରିଥିବା ଘଟଣା ନିହାତି ଭାବରେ ଆପଣ ଜାଣିଥିବେ,ଏବଂ ଏହା ମଧ୍ୟ ସତ୍ୟ । କିନ୍ତୁ ନିକଟରେ ପରଦାକୁ ଫେରିବା ପାଇଁ ଏହି ଅଭିନେତ୍ରୀ ଡିମାଣ୍ଡ କରିଥିବା ଟଙ୍କା ଅନୁସାରେ ମେକର୍ସ ମଧ୍ୟ ରାଜି ହୋଇ ଯାଇଛନ୍ତି ।

 

ମିଡିଆ ରିପୋର୍ଟ ଅନୁସାରେ ଦିଶା ଏହିଥର ନିଜର ମାର୍କେଟ ଭାଲ୍ୟୁ ବଢାଇ ଦେଇଛନ୍ତିି । ଅଭିନେତ୍ରୀ ଗୋଟିଏ ଏପିସୋଡକୁ ୧ ଲକ୍ଷ ୨୫ ହଜାର ନେଉଥିବା ବେଳେ ଏବେ ୧ ଲକ୍ଷ ୫୦ ହଜାର ନେବା ପାଇଁ ଡିମାଣ୍ଡ କରିଛନ୍ତି । ଏହା ସହିତ ୧୧ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ସିଫ୍ଟ କରିବା ପାଇଁ ସେ ନିର୍ମାତାଙ୍କୁ କହିଥିଲେ,କାରଣ ସେ ତାଙ୍କ ମୂଲ୍ୟବାନ ସମୟ ପରିବାର ସହିତ ବିତାଇ ପାରିବେ । ଏବେ ଦିଶାଙ୍କୁ ଦୟାବେନ ଭାବରେ ରିପ୍ଲେସ କରିବା ନିର୍ମତାଙ୍କ ପାଇଁ କଷ୍ଟସାଧ୍ୟ ହୋଇଥିଲେ ମଧ୍ୟ ସେ ତାଙ୍କ ଡିମାଣ୍ଡରେ ରାଜି ହୋଇ ଯାଇଛନ୍ତି ।

ଦିଶା ୨୦୧୫ ନଭେମ୍ବର ୨୪ରେ ଚାର୍ଟାଡ଼ ଆକାଉଂଟାଟ ମୟୁର ପାଣ୍ଡ୍ୟାଙ୍କୁ ବିବାହ କରିଥିଲେ ଏବଂ ନଭେମ୍ବର ୨୦୧୭ରେ ସେ ଏକ ଝିଅକୁ ଜନ୍ମ ଦେଇଛନ୍ତି । ନିକଟରେ ଦିଶା ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ସୁନ୍ଦର ମେସେଜ ସେୟାର କରିଛନ୍ତି,ଯେଉଁଥିରୁ ଜଣାପଡ଼ୁଛି ସେ ଏହି ଶୋ’କୁ କେତେ ମିସ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More