Only for Entertainment

ସଂଜୟଙ୍କ ସହ ଗ୍ୟାଙ୍ଗଷ୍ଟର ଡ୍ରାମା ଫିଲ୍ମରେ ନଜର ଆସିବେ ଜ୍ୟାକଲିନ ଫର୍ଣ୍ଣାଡିଜ !

39

କିଛି ଦିନ ପୂର୍ବେ ଖବର ସାମ୍ନାକୁ ଆସିଥିଲା ଯେ ସଂଜୟ ଦତ୍ତ ଏବଂ ଆୟୁଷ ଶର୍ମା ଏଳାସହ ଏକ ଗ୍ୟାଙ୍ଗଷ୍ଟର ଫିଲ୍ମ କରିବାକୁ ଯାଉଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ବବି ଖାନ କରିବେ ଏବଂ ଏହାର ସୁଟିଂ ସେପ୍ଟେମ୍ବରରେ ଆରମ୍ଭ ହେବ । ମାତ୍ର ଏବେ ପର୍ଯ୍ୟନ୍ତ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଥିବା ଅଭିନେତ୍ରୀଙ୍କ ନାଁ ଘୋଷଣା କରାଯାଇନାହିଁ । ଏକ ରିପୋର୍ଟ ବିଷୟରେ କହିବାକୁ ଗଲେ ଫିଲ୍ମମେକର ଏହି ଭୂମିକା ପାଇଁ ଜ୍ୟାକଲିନଙ୍କ ନାଁ ସ୍ଥିର କରିଛନ୍ତି ଏବଂ ସେ ଏହି ବିଷୟରେ ଜ୍ୟାକଲିନଙ୍କ ସହ କଥାବାର୍ତ୍ତା ମଧ୍ୟ କରି ସାରିଲେଣି । ବିଶେଷ ସୂତ୍ରରୁ ପ୍ରକାଶ ଯେ ମେକର୍ସ ଏହି ଫିଲ୍ମରେ ଜ୍ୟାକଲିନଙ୍କୁ ନେବା ପାଇଁ ଖୁବ ଖୁସିି କିନ୍ତୁ ଜ୍ୟାକଲିନ ଏବେ ପର୍ଯ୍ୟନ୍ତ ଫିଲ୍ମରେ ସାଇନ କରିନାହାନ୍ତି ।

ଏହା ମଧ୍ୟରେ କହି ରଖୁଛୁ ଯେ ଜ୍ୟାକଲିନ ଏବେ ନିଜ ଆଗାମୀ ପ୍ରୋଜେକ୍ଟ ପାଇଁ ବ୍ୟସ୍ତ ଅଛନ୍ତି ଯାହା ଜରିଆରେ ସେ ଡିଜିଟାଲ ପ୍ଲାଟଫର୍ମରେ ଏଂଟ୍ରି କରିବାକୁ ଯାଉଛନ୍ତି । ଏହାବ୍ୟତୀତ ତାଙ୍କ ଆଉ ଏକ ଆକ୍ସନ ଫିଲ୍ମ ‘ଡ୍ରାଇଭ’ ମଧ୍ୟ ରିଲିଜ ହେବା ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More