Only for Entertainment

ଜାହ୍ନବୀ ହେଲେ ପାଇଲଟ ଲେଫ୍ଟିନେଂଟ ଗୁଂଜନ ସକସେନା, ଇଂଟରନେଟରେ ଭାଈରାଲ ହେଲା ଫଟୋ !

NewsX
30

ଜାହ୍ନବୀ କପୂରଙ୍କ ଫିଲ୍ମ କ୍ୟାରିଅର ଆରମ୍ଭ ‘ଧଡକ’ ଭଳି ବଡ ଫିଲ୍ମ ସହ ହୋଇଛି ଏବଂ ପ୍ରଥମ ଫିଲ୍ମରେ ହିଁ କରଣ ଜୋହରଙ୍କ ବ୍ୟାନରରେ ଜାହ୍ନବୀ କାମ କରିବାକୁ ସୁଯୋଗ ପାଇଥିଲେ ।

ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ପରେ କରଣ ଜୋହର ଯେପରି ଜାହ୍ନବୀଙ୍କ କ୍ୟାରିଅରର ସମସ୍ତ ଦାୟିତ୍ୱ ନିଜ ହାତକୁ ନେଇ ଯାଇଛନ୍ତି । ଧଡକ ପରେ ସେ ତାଙ୍କ ବ୍ୟାନରର ଆଉ ଏକ ଫିଲ୍ମ ‘ତଖ୍ତ’ରେ ମଧ୍ୟ ଜାହ୍ନବୀଙ୍କୁ ସାଇନ କରିଛନ୍ତି ।

ସମସ୍ତଙ୍କୁ ଲାଗୁଥିଲା ଜାହ୍ନବୀ ନିଜ ଦ୍ୱିତୀୟ ଫିଲ୍ମ କରଣଙ୍କ ଫିଲ୍ମରୁ ଆରମ୍ଭ କରିବେ । କିନ୍ତୁ ଏପରି ହୋଇନାହିଁ । ଜାହ୍ନବୀ କପୂର ଗୁଂଜନ ସକ୍ସେନାଙ୍କ ଉପରେ ଆଧାରିତ ବାୟୋପିକ ଫିଲ୍ମର ସୁଟିଂ ଆରମ୍ଭ କରି ସାରିଲେଣି ।

ଏଠାରେ  ଆମେ କହି ରଖୁଛୁ ଯେ ଗୁଂଜନ ସକ୍ସେନା କାରଗିଲ ଯୁଦ୍ଧ ସମୟରେ ପ୍ରଥମ ଭାରତୀୟ ମହିଳା ଆଇଏଏଫ ପାଇଲଟ ଅଧିକାରୀ ଥିଲେ । ଯୁଦ୍ଧ ସମୟରେ ସେ ନା କେବଳ ସାହାସର ସହିତ ଶତୃଙ୍କ ସାମ୍ନା କରିଥିଲେ ବରଂ ଯୁଦ୍ଧରେ ଆହତ ହୋଇଥିବା ସେନା ମାନଙ୍କୁ କାରଗିଲରୁ ହସ୍ପିଟାଲରେ ପହଂଚାଇବା ପାଇଁ ମଧ୍ୟ ତାଙ୍କର ବଡ ହାତ ଥିଲା । ତାଙ୍କର ଏହି ଦୁଃସାହସ ପାଇଁ ତାଙ୍କୁ ସୂର୍ଯ୍ୟଚକ୍ର’ ଦ୍ୱାରା ସମ୍ମାନିତ କରାଯାଇଥିଲା ।

ସେହିପରି ଏହି ଫିଲ୍ମ ପାଇଁ ଜାହ୍ନବୀଙ୍କୁ କଡା ମେହନତ କରିବାକୁ ପଡିବ ବୋଲି ଅନୁମାନ ହେଉଛି । ନିକଟରେ ଜାହ୍ନବୀଙ୍କ ପାଏଲଟ ଲୁକ ନଜର ଆସିଛି । ମାତ୍ର ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ଯେ ଏହି ଫିଲ୍ମର ପ୍ରଯୋଜନା କିଏ କରିବ । ତେବେ ଜାହ୍ନବୀଙ୍କ ଗୁଂଜନ ସକସେନା ଲୁକ ଫଟୋ ଭାଇରାଲ ହେବାରେ ଲାଗିଛି ଏବଂ ଏହି ଫଟୋକୁ ତାଙ୍କ ଫ୍ୟାନ କ୍ଲବ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More