ଡିଆଇଡିରେ ଡ୍ୟାନ୍ସର ତଡକା ଲଗାଇଲେ କରିଶ୍ମା କପୁର, ବାରମ୍ବାର ଦେଖାଯାଉଛି ଭିଡିଓ
ଜି ଟିଭିର ସବୁଠାରୁ ବଡ ଡ୍ୟାନ୍ସ ରିଅଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ ଅଭିନେତ୍ରୀ କରିଶ୍ମା କପୁର ଭଉଣୀ କରୀନା କପୁରଙ୍କ ସ୍ଥାନ ନେଇଛନ୍ତି । ଶୋ’ରେ କରିଶ୍ମା କପୁର ଧମାକାଦାର ଏଣ୍ଟ୍ରି ନେଇଛନ୍ତି । କରିଶ୍ମାଙ୍କ ପୂର୍ବରୁ ତାଙ୍କ ଭଉଣୀ କରୀନା କପୁର ଖାନ, କୋରିଓଗ୍ରାଫର ବସକୋ ଏବଂ ର୍ୟାପର ରଫତାର ଏହି ଶୋ’କୁ ଜଜ୍ କରୁଥିଲେ । ମାତ୍ର ନିଜର ଆଗାମୀ ଫିଲ୍ମ ପାଇଁ କରୀନାଙ୍କୁ ଏହି ଶୋ’ ଛାଡିବାକୁ ପଡିଲା । ଏବେ କରୀନାଙ୍କ ସ୍ଥାନ ରେ ଶୋ’ରେ କରିଶ୍ମା କପୁର ନଜର ଆସିବେ ।
ଶୋ’ର ପ୍ରଥମ ଦିନରେ କରିଶ୍ମା କୋରିଓଗ୍ରାଫର ବାସକୋ ମାର୍ଟିସଙ୍କ ସହିତ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି । ଏହି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ସୁପରହିଟ ଫିଲ୍ମ ଦେଇଥିବା କରିଶ୍ମା ଏବେ ଟେଲିଭିଜନରେ ନିଜ ଡେବ୍ୟୁ କରିଛନ୍ତି । ଶୋ’ର ଅନେକ ଫଟୋ କରିଶ୍ମା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।