Only for Entertainment

ଚେକ୍ ବାଉନ୍ସ ମାମଲାରେ ଅଭିନେତ୍ରୀ କୋଏନା ମିତ୍ରାଙ୍କୁ ୬ ମାସ ଜେଲ

latestly
1,794

ବଲିଉଡ ଅଭିନେତ୍ରୀ କେଏନା ମିତ୍ରାଙ୍କୁ ମେଟ୍ରୋପୋଲିଟନ ମ୍ୟାଜିଷ୍ଟ୍ରେଟ କୋର୍ଟ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି । ଚେକ ବାଉନ୍ସକୁ ନେଇ କୋର୍ଟ ଏହି ଦଣ୍ଡ ଶୁଣାଇଛନ୍ତି । ମଡେଲ ପୁନମ ସେଠୀଙ୍କ ଅଭିଯୋଗକୁ କେନ୍ଦ୍ର କରି ଏହି ଶୁଣାଣି ହୋଇଛି । ପୁନମ ସେଠୀ, କୋଏନାଙ୍କୁ ୪.୬୪ ଲକ୍ଷ ମୂଳ ସହିତ ୧.୬୪ ଲକ୍ଷ ସୁଧ ଦେବାକୁ କହିଥିଲେ ।

ଅସଲରେ ୬ ବର୍ଷ ପୂର୍ବେ ପୂନମ ସେଠୀଙ୍କୁ ଫିଲ୍ମ ମୁସାଫିର ଫେମ ଅଭିନେତ୍ରୀ ଦେଇଥିବା ଚେକ ବାଉନ୍ସ ହୋଇଯାଇଥିଲା । ଏହା ପରେ ଅଭିନେତ୍ରୀ ନିଜ ଦୋଷ ମାନିନଥିଲେ । ପରେ ପୂନମ ଅନେ୍ଧରୀ କୋର୍ଟରେ ଏହି ମାମଲାକୁ ନେଇ କେସ ଦେଇଥିଲେ । ଏବେ ଏହା ଉପରେ କୋର୍ଟ ନିଜ ରାୟ ଶୁଣାଇଛନ୍ତି ।

ଅନ୍ୟପକ୍ଷରେ କୋଏନା ନିଜ ଉପରେ ଲାଗିଥିବା ଆରୋପକୁ ଖଣ୍ଡନ କରିଛନ୍ତି । କୋଏନାଙ୍କ କହିବା ଅନୁସାରେ ପୂନମ ଆର୍ଥିକ ସ୍ଥିତି ଏତେ ଭଲ ନୁହେଁ ଯେ ସେ ଏତେ ଟଙ୍କା କରଜ ଦେଇପାରିବେ । ଏହା ସହିତ କେଏନା ପୀନଙ୍କ ଉପରେ ଚେକ ଚୋରାଇଥିବାର ଆରୋପ ମଧ୍ୟ ଲଗାଇଛନ୍ତି । କିନ୍ତୁ କୋର୍ଟ କୋଏନାଙ୍କ ସମସ୍ତ ଡିଫେନ୍ସକୁ ଖାରଚ କରିଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More