Only for Entertainment

ମାହିରା ଲୁଟିଲେ ୟୁପି-ବିହାର, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

Flare
0 69

ପାକିସ୍ତାନ ଅଭିନେତ୍ରୀ ମାହିରା ଖାନ ବର୍ତ୍ତମାନ ଏକ ଇଣ୍ଟରଭ୍ୟୁକୁ ନେଇ ଚର୍ଚ୍ଚାରେ । ମାହିରା ଇଣ୍ଟରଭ୍ୟୁରେ କହିଥିଲେ ଯେ ସେ କେବେ ବି ବଲିଉଡକୁ ଆସିବା ପାଇଁ ଚାହୁଁନଥିଲେ । ତାଙ୍କର ପୁରା ଧ୍ୟାନ ପାକିସ୍ତାନରେ କାମ କରିବାରେ ଥିଲା । ଇତି ମଧ୍ୟରେ ମାହିରାଙ୍କର ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ମାହିରାଙ୍କ ଠୁମକା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ମାହିରା ନିଜ ବେଷ୍ଟ ଫ୍ରେଣ୍ଡଙ୍କ ବିବାହରେ ବଲିଉଡ ଫିଲ୍ମ ‘ଶୁଲ’ର ପପୁଲାର ଗୀତ ‘ଆଇ ହୁଁ ୟୁପି ବିହାର ଲୁଟନେ’ରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି ।

 

ମାହିରା ଖାନଙ୍କ ଫ୍ୟାନ କ୍ଲବ ଏପରି ଅନେକ ଭିଡିଓ ପୋଷ୍ଟ କରିଛନ୍ତି । ‘ଆଇ ହୁଁ ୟୁପି ବିହାର ଲୁଟନେ’ ବ୍ୟତିତ ସେ ଶାହାରୁଖଙ୍କ ଫିଲ୍ମ ‘ଜବ ହ୍ୟାରି ମେଟ ସେଜଲ’ର ଗୀତ ବଟରଫ୍ଲାଇ ଠାରୁ ଆରମ୍ଭ କରି ‘ତନୁ ୱେଡର୍ସ ମନୁ’ ଏବଂ ‘ବରେଲି କି ବରଫି’ ପରି ଫିଲ୍ମର ଗୀତରେ ଡ୍ୟାନ୍ସ କରିଥିଲେ ।

 

ଉଲ୍ଲେଖଯୋଗ୍ୟ ଯେ. ଗତ ବର୍ଷ ମାହିରା ରଣବୀର କପୁରଙ୍କ ସହିତ ଲଣ୍ଡନର ଏକ ହୋଟେଲ ବାହାରେ ସିଗାରେଟ ଟାଣି ଚର୍ଚ୍ଚାକୁ ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More