Only for Entertainment

କାନ୍ଦିବା ଅଭ୍ୟାସ କରୁଥିଲେ ଅଭିନେତ୍ରୀ ନାଓମୀ ହ୍ୟାରିସ !

palnet
0 40

ଅଭିନେତ୍ରୀ ନାଓମୀ ହ୍ୟାରିସ କହିଛନ୍ତି ଯେ , ସେ ଯେତେବେଳେ ଛୋଟ ଥିଲେ ସେ କାନ୍ଦିବା ଅଭ୍ୟାସ କରୁଥିଲେ କାରଣ କାନ୍ଦିବା ତାଙ୍କୁ ପସନ୍ଦ ଥିଲା । ସେ ଦିନ ସାରା ଏଭଳି କରି ସମୟ ବିତାଇ ପାରିବେ ବୋଲି କହିଥିଲେ । ଏହି କଥା ସେ ଏକ ଖବରକାଗଜର କଥାବାର୍ତ୍ତରେ କହିଥିଲେ ।

51105730

ନାଓମୀ ଦର୍ପଣ ସମ୍ମୁଖରେ ଛିଡା ହୋଇ ନିଜକୁ କିଛି ଭିନ୍ନ ଭାବି ଅଭିନୟ କରୁଥିଲେ , ଏବଂ ଅଭିନୟରେ ତାଙ୍କୁ କାନ୍ଦିବା ଖୁବ ପସନ୍ଦ ଥିଲା ତେଣୁ ସେ ଏହାର ଅଭ୍ୟାସ କରୁଥିବା କହିଛନ୍ତି । ଏହା ଦେଖି ଯେ କୌଣସି ମା ଭାବିବେ ଯେ ତାଙ୍କ ପିଲା ହୁଏତ ପାଗଳ ହୋଇଯାଇଛି ମାତ୍ର ନାଓମୀଙ୍କ ମା ଭାବିଥିଲେ ଯେ ତାଙ୍କ ପିଲା ପାଖରେ ପ୍ରତିଭା ରହିଛି ।

ଏହାପରେ ତାଙ୍କ ମା ତାଙ୍କୁ ଏନ୍ନା ସ୍କେଅର ଥିଏଟରରେ ଭର୍ତ୍ତି କରିଦେଇଥିଲେ ଏବଂ ସେହିଠାରୁ ତାଙ୍କ ଅଭିନୟ ପ୍ରତିଭା ଆରମ୍ଭ ହୋଇଥିଲା । ସ୍କୁଲ ସହ ଏକ ଏଜେନ୍ସି ଯୋଡି ହୋଇଥିଲା ଏବଂ ସେଠାରେ ଅଡିସନ ପାସ କରି ଚାକିରୀ ପାଇଥିଲେ । ଏହାପରେ ତାଙ୍କର ଅଭିନୟ କ୍ୟାରିଅର ଆରମ୍ଭ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More