Only for Entertainment

୬୧ ବର୍ଷରେ ପାଦ ଦେଲେ ଅଭିନେତ୍ରୀ ନୀନା ଗୁପ୍ତା, ଗୋଟିଏ ସୋସିଆଲ ମିଡିଆ ପୋଷ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଚାଇଥିଲା ଧମାକା

zee news
35

ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତା ଆଜି ନିଜର ୬୦ ତମ ଜନ୍ମଦିନ ପାଳନ କରୁଛନ୍ତି । ବଲିଉଡ ଠାରୁ ଟିଭି ପର୍ଯ୍ୟନ୍ତ ସବୁଠାରେ ସେ ନିଜର ଅଭିନୟ ଦକ୍ଷତାର ପରିଚୟ ଦେଇଛନ୍ତି । ନିଜର ପ୍ରୋଫେସନାଲ ଲାଇଫ ଠାରୁ ଅଧିକ ନୀନାଙ୍କ ପର୍ସନାଲ ଲାଇଫ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି । ନୀନା ଖୁବ କମ ବୟସରେ ବିବାହ କରି ମା’ ହେବା ପାଇଁ ନିର୍ଣ୍ଣୟ ନେଇଥିଲେ । ଏବଂ ସେଥିପାଇଁ ସେ ଖୁବ ସାହାସର ସହିତ ଦୁନିଆର ସାମ୍ନା କରିଥିଲେ ।

୨୦୧୭ରେ ନୀନା ଗୁପ୍ତା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ ଯାହା ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଦେଇଥିଲା । ଦୁଇ ବର୍ଷ ପୂର୍ବେ ନୀନା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଥିଲେ, ମୁଁ ମୁମ୍ବାଇରେ ରୁହେ ଏବଂ ଜଣେ ଅଭିନେତ୍ରୀ । ମୁଁ ଫିଲ୍ମରେ ଭଲ ରୋଲ କରିବା ପାଇଁ ଚାହେଁ । ନୀନା ଗୁପ୍ତାଙ୍କ ଏହି ପୋଷ୍ଟ ପରେ ଫିଲ୍ମ ଇଣ୍ଡଷ୍ଟ୍ରୀର ବୟସ୍କ କଳାକାରଙ୍କ ସହିତ ହେଉଥିବା ବ୍ୟବହାରକୁ ନେଇ ଅନେକ ଟ୍ୱିଟ ଭାଇରାଲ ହୋଇଥିଲା । ଅନେକ କଳାକାର ନୀନାଙ୍କ ସପୋର୍ଟରେ ସାମ୍ନାକୁ ଆସିଥିଲେ । ଏହା ସହିତ ତାଙ୍କ ପାଖକୁ ଭଲ ପ୍ରୋଜେକ୍ଟ ଆସିବାକୁ ଲାଗିଲା । ସେହି ପ୍ରୋଜେକ୍ଟ ମଧ୍ୟରେ ହିଟ ଫିଲ୍ମ ବଧାଇ ହୋ ମଧ୍ୟ ସାମିଲ ରହିଛି ।

କେବଳ ଏତିକି ନୁହେଁ ନୀନା ଗୁପ୍ତାଙ୍କୁ ଟିଭି ଶୋ ‘ସାଂସ’, ‘ସିସ୍କି’, ‘ସାତ ଫେରେ’ ଏବଂ କମଜୋର କଡୀ କୌନ ପାଇଁ ମଧ୍ୟ ସମସ୍ତେ ମନେ ରଖିବେ । କହିରଖୁଛୁ ଯେ, ନୀନା ଖୁବ ଶୀଘ୍ର ‘ସନ୍ଦୀପ ଔର ପିଙ୍କି ଫେରାର’, କଙ୍ଗନା ରଣାୱତଙ୍କ ଫିଲ୍ମ ‘ପଙ୍ଗା’ ଏବଂ ଅକ୍ଷୟ କୁଂମାରଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More