Only for Entertainment

ବଲିଉଡ ଅଭିନେତ୍ରୀ ଗାଇଲେ ଭୋଜପୁରୀ ଗୀତ ‘ସାରି ସାରି ରତିଆ ଜଗାବେ’, ଟିଜର ହେଲା ରିଲିଜ ।

Mid-day
0 53

ଭୋଜପୁରୀ ଭାଷା ଏବଂ ଫିଲ୍ମକୁ ସମର୍ଥନ କରୁଥିବା ବଲିଉଡ ଅଭିନେତା ଏବଂ ଭୋଜପୁରୀ କଣ୍ଠଶିଳ୍ପୀ ନୀତୁ ଚନ୍ଦ୍ରାଙ୍କର ନୂଆ ଗୀତର ଟିଜର ରିଲିଜ ହୋଇଯାଇଛି । ଏହି ଗୀତର ନାଁ ରହିଛି ‘ସାରି ସାରି ରତିଆ ଜଗାବେ’ । ରିଲିଜ ହେବା ପରେ ଏହା ସୋସିଆଲ ମିଡିଆରେ ଧମାକା ମଚାଇବାରେ ଲାଗିଛି । ନୀତୁ ଏହି ଗୀତର ଟିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଏବଂ ଏହାକୁ ଭୋଜପୁରୀ ୟୁଟ୍ୟୁବ ଚ୍ୟାନେଲ ବେଜୋଡରେ ମଧ୍ୟ ଅପଲୋଡ କରିଛନ୍ତି । ଦେଖନ୍ତୁ ଭିଡିଓ –

ସେ ଏହି ଗୀତକୁ ସେୟାର କରି ନିଜ ଖୁସି ଜାହିର କରି ଲେଖିଛନ୍ତି ଯେ ଏହି ଭିଡିଓକୁ ନେଇ ସେ ଖୁବ ଉତ୍ସାହିତ, ଏହା ଟିଜର ଏବଂ ଦୀପାଲି ସହାୟଙ୍କୁ ସ୍ଥାନ ଦେଇଥିବାରୁ ସେ ଗର୍ବ ଅନୁଭବ କରିଛନ୍ତି ।

ନୀତୁ ଚନ୍ଦ୍ରଙ୍କର ଏହି ଗୀତକୁ ତାଙ୍କ ଭାଇ ନୀତିନ ଚନ୍ଦ୍ରା ଡିରେକ୍ଟ କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଭୋଜପୁରୀ ଭାଷାର ପରିହାସ କରିଥିଲେ, ଯେଉଁ କାରଣରୁ ସୋସିଆଲ ମିଡିଆରେ ନୀତୁ ଚନ୍ଦ୍ର ତାଙ୍କୁ ଅନେକ କିଛି ଶୁଣାଇଥିଲେ । ନୀତୁ ଚନ୍ଦ୍ରା ବଲିଉଡ ଫିଲ୍ମ ‘ଓୟେ ଲକି ଲକି ଓୟେ’ଏବଂ ‘ଟ୍ରାଫିକ ସିଗନାଲ’ଭଳି ଫିଲ୍ମରେ ନଜର ଆସିଥିଲେ । ଦୀର୍ଘ ସମୟରୁ ସେ ବଲିଉଡରୁ ଦୂରରେ ଅଛନ୍ତି । ଏବେ ସେ ଦୂରଦର୍ଶନରେ ଦେଉଥିବା କାର୍ଯ୍ୟକ୍ରମ ‘ରଂଗୋଲୀ’ରେ ନଜର ଆସୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More