Only for Entertainment

ବଢିଲା ଅଭିନେତା ଅଜାଜ ଖାନଙ୍କ ସମସ୍ୟା, ଟିକ୍ ଟକ ଭିଡିଓ ବିବାଦ ପରେ ଏହି ଅଭିନେତ୍ରୀ ଆଣିଲେ ଅଭିଯୋଗ

Bollywood Bubble
49

ଅଭିନେତା ଏଜାଜ ଖାନଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗୋଟିଏ ପଟେ ଟିକ୍ ଟକ୍ ଆପରେ ଆପର୍ତ୍ତିଜନକ ଭିଡିଓ ସେୟାର କରିଥିବାରୁ ମୁମ୍ବାଇ ପୋସଲିର ସାଇବର କ୍ରାଇମ ସେଲ ତାଙ୍କୁ ଗିରଫ କରିଥିବା ବେଳେ ଏବେ ଅଭିନେତ୍ରୀ ପାୟଲ ରୋହତଗୀ ଏଜାଜଙ୍କ ବିରୋଧରେ ଆଉ ଏକ ଅଭିଯୋଗ ଦାଖଲ କରି ମାମଲକୁ ଆହୁରକି ମଜବୁତ କରାଇଛନ୍ତି ।

ଏଜାଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ନେଇ ଆପର୍ତ୍ତିଜନକ ବୟାନ ଦେଇଥିବାର ନଜର ଆସିଛନ୍ତି । ଏହି ଭିଡିଓକୁ ନେଇ ପାୟଲ ସାଇବର କ୍ରାଇମ ସେଲ ଏବଂ ସ୍ୟାଟେଲାଇଟ ପୋଲିସରେ ତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି ।

ରିପୋର୍ଟ ଅନୁସାରେ, ପାୟଲଙ୍କୁ ଏଜାଜଙ୍କ ଫ୍ୟାନ୍ସଙ୍କ ଠାରୁ ବିପଦ ଅନୁଭବ ହେବାରୁ ସେ ମୁମ୍ବାଇ ଛାଡି ଏବେ ଅହମ୍ମଦାବଦରେ ନିଜ ମା’ଙ୍କ ଘରକୁ ଚାଲିଯାଇଛନ୍ତି । ପାୟଲ ଅଭିଯୋଗ କରିଛନ୍ତି ଯେ, ଏଜାଜଙ୍କ ଫ୍ୟାନ୍ସ ତାଙ୍କ ଉପରେ କିମ୍ବା ତାଙ୍କ ପରିବାର ଉପରେ ହାମଲା କରିପାରନ୍ତି ।

ସୋସିଆଲ ମିଡିଆରେ ସେୟାର କରିଥିବା ଭିଡିଓରେ ଏଜାଜ ପାୟଲଙ୍କ ରାଜନୈତିକ ଏବଂ ଧାର୍ମିକ ଚିନ୍ତାଧାରାକୁ ନେଇ ବୟାନ ଦେଇ କଡା ଶଦ୍ଦ ବ୍ୟବହାର କରିଥିଲେ । ପାୟଲଙ୍କ ବ୍ୟତିତ ଭିଡିଓରେ ଏଜାଜ ଉସକାଇବା ପରି ବୟାନ ଦେଇଥିଲେ ଯାହାକୁ ନେଇ ପୋଲିସ ତାଙ୍କୁ ଗରଫ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More