Only for Entertainment

ହୋଟେଲର ୪.୫ ଲକ୍ଷର ବିଲ ନଦେଇ ଫେରାର ହେଲେ ଏହି ଅଭିନେତ୍ରୀ !

India Today
65

ସବୁ ବେଳେ ବିବାଦରେ ରହିବାକୁ ପସନ୍ଦ କରନ୍ତି କନ୍ନଡ଼ ଅଭିନେତ୍ରୀ ପୂଜା ଗାନ୍ଧୀ । ତାମିଲ,ମାଲାୟାଲମ ଏବଂ ବେଙ୍ଗଲୀ ଫିଲ୍ମରେ ଅଭିନେୟ କରି ସାରିଥିବା କନ୍ନଡ଼ ଅଭିନେତ୍ରୀ ପୂଜା ଏବେ ଠକେଇ ମାମଲାରେ ଛନ୍ଦି ହୋଇଛନ୍ତି । ବେଙ୍ଗାଲୁରୁର ଏକ ବିଳାସପୂର୍ଣ୍ଣ ହୋଟେଲରେ ରହିବା ପରେ ତା’ର ବିଲ୍‌ ନ ଦେଇ ପୂଜା ଫେରାର ହୋଇଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Pooja

ସୂଚନା ମୁତାବକ, ପୂଜା କିଛି ଦିନ ହେବ ବେଙ୍ଗାଲୁରୁର ଏକ ବିଳାସପୂର୍ଣ୍ଣ ହୋଟେଲରେ ରହି ଆସୁଥିଲେ । କିନ୍ତୁ ହୋଟେଲର ବିଲ୍‌ ୪.୫ଲକ୍ଷ ଟଙ୍କା ହୋଇ ସାରିଛି ବୋଲି ସେ ଜାଣିବା ପରେ ଫେରାର ହେବାର ଯୋଜନା ତିଆରି କରିଥିଲେ । କିଛି ସମୟ ପରେ ହୋଟେଲର ମ୍ୟାନେଜର ପୂଜାଙ୍କ ଫେରାର ହେବା କଥା ଜାଣିବା ପରେ ସ୍ଥାନୀୟ ପୁଲିସ ଷ୍ଟେସନରେ ଏତଲା ରୁଜୁ କରିଥିଲେ । ଏତଲା ପାଇ ପୁଲିସ ପୂଜାଙ୍କୁ ପୁଲିସ ଷ୍ଟେସନ ଡ଼କାଇବା ସହ ମାମଲାକୁ ନେଇ ପଚରାଉଚରା କରିଥିଲେ । ଏ ସମୟରେ ପୂଜା ୨ଲକ୍ଷ ଟଙ୍କା ହୋଟେଲର ମ୍ୟାନେଜରକୁ ଦେବା ସହ ବାକି ଟଙ୍କା ଦେବା ପାଇଁ ତାଙ୍କ ସମୟ ଦିଆଯାଉ ବୋଲି କହିଥିଲେ । ପୂଜାଙ୍କ କଥା ମାନି ହୋଟେଲର ମ୍ୟାନେଜର ତାଙ୍କୁ ସମୟ ଦେଇଥିବା ଜଣା ପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More