Only for Entertainment

ଶ୍ରୀଦେବୀଙ୍କ ଗେଟଅପରେ ନଜର ଆସିଲେ ରକୁଲ ପ୍ରିତ, ଜନ୍ମଦିନରେ ସେୟାର କଲେ ଫାଷ୍ଟ ଲୁକ ।

Aaj tak
44

ଅଭିନେତ୍ରୀ ରକୁଲ ପ୍ର୍ରିତ ସାଉଥ ସୁପରଷ୍ଟାର ଏବଂ ଆନ୍ଧ୍ର ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଏନଟିଆରଙ୍କ ବାୟୋପିକରେ ଶ୍ରୀଦେବୀଙ୍କ ଭୂମିକାରେ ନଜର ଆସିବେ । ୧୦ ଅକ୍ଟୋବର ରକୁଲ ପ୍ରିତ ନିଜ ଜନ୍ମଦିନରେ ସୋସିଆଲ ମିଡିଆରେ ନିଜର ପ୍ରଥମ ଲୁକକୁ ସେୟାର କରିଛନ୍ତି ।

ଶ୍ରୀଦେବୀଙ୍କ ଗେଟଅପରେ ଲକ୍ଟକ୍ସର ଲୁକ ସେୟାର କରି ସେ ଲେଖିଥିଲେ, Presenting first look of #sridevigaru in #ntrbiopic !! ❤️ hope you like it ! ଫଟୋରେ ରକୁଲ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ମନପସନ୍ଦ ହ୍ୱାଇଟ ପ୍ରିଣ୍ଟେଡ ସାଢୀରେ ନଜର ଆସିଛନ୍ତି । ପରଦାରେ ଅଭିନେତ୍ରୀ ଶ୍ରୀଦେବୀଙ୍କ ଭୂମିକା ତୁଲାଉଥିବାରୁ ସେ ଖୁବ ଖୁସି ଥିବା କହିଛନ୍ତି ।

ସାଉଥ ସିନେମାର ପ୍ରସିଦ୍ଧ ରାଜନେତା ତଥା ଅଭିନେତା ଏନଟିଆରଙ୍କ ବୟୋପିକ ଏକ ବଡ ପ୍ରୋଜେକ୍ଟ । ଏହି ଫିଲ୍ମକୁ ଦୁଇଟି ପାର୍ଟରେ ରିଲିଜ କରାଯିବ । ପ୍ରଥମ ପାର୍ଟ ୯ ଜନୁଆରୀରେ ରିଲିଜ କରିବାକୁ ସ୍ଥିର କରାଯାଇଥିବା ବେଳେ ଦ୍ୱିତୀୟ ପାୁର୍ଟକୁ ରିପ୍ଲବିକ ଡେ’ରେ ରିଲିଜ କରାଯିବ । ଏନଟିଆରଙ୍କ ବାୟୋପିକରେ ଫୋକସ କରିବା ପାଇଁ ନିର୍ଦ୍ଦେଶକ କୃଷ ଅଧାରୁ କଙ୍ଗନାଙ୍କ ଫିଲ୍ମ ମଣିକର୍ଣ୍ଣିକା ଛାଡିଥିଲେ ।

କହିରଖୁଛୁ ଯେ, ଫିଲ୍ମରେ ଅଭିନେତ୍ରୀ ରକୁଲଙ୍କ ସମେତ ବିଦ୍ୟା ବାଲାନ ମଧ୍ୟ ନଜର ଆସିବେ । ବିଦ୍ୟା ଫିଲ୍ମରେ ଏନଟିଆରଙ୍କ ପତ୍ନୀଙ୍କ ଭୂମିକାରେ ନ ଜର ଆସିବେ । ଏହି ଫିଲ୍ମ ଜରିଆରେ ବିଦ୍ୟା ବାଲାନ ଟଲିଉଡ ଫିଲ୍ମରେ ଡେବ୍ୟୁ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More