Only for Entertainment

ନଜର ଆସିଲା ସାଉଥ ଅଭିନେତ୍ରୀଙ୍କ ଅନେକ ଦିନ ଧରି ଲୁଚି ରହିଥିବା ଟାଟୁ !

159

ସାଉଥ ସୁପରହିଟ ଅଭିନେତ୍ରୀ ସାମନ୍ଥା ଅକ୍କିନେନୀ ନିଜ ଫିଲ୍ମ ଏବଂ ସୁନ୍ଦରତା ଫଟୋ କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ଏବେ ସାମନ୍ଥା ନିଜର ଆଉ ଏକ ଫଟୋ ପାଇଁ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ସେ ଏକ ଫଟୋ ଶେୟାର କରିଛନ୍ତି , ଯେଉଁଥିରେ ତାଙ୍କର ଲୁଚି ରହିଥିବା ଟାଟୁ ନଜର ଆସିଛି । ଯାହାକୁ କେହି ଏବେ ପର୍ଯ୍ୟନ୍ତ ଦେଖି ନାହାନ୍ତି ।

ନିକଟରେ ରିଲିଜ ହୋଇଥିବା ତେଲୁଗୁ ଫିଲ୍ମ ‘ଓ ବେବି’ର ସଫଳତା ପରେ ଏନ୍ଜୟ କରୁଥିବା ସାମନ୍ଥାଙ୍କ ଏହି ଟାଟୁକୁ ଦେଖି ଫ୍ୟାନ୍ସ ମଧ୍ୟ ଚକିତ ରହିଯାଇଛନ୍ତି । ସେ ଏହି ଫଟୋ ଶେୟାର କରି ନିଜ ସ୍ୱାମୀ ନାଗ ଚୈତନ୍ୟଙ୍କ ନାଁ ମଧ୍ୟ ଲେଖଛନ୍ତି । ଅସଲରେ ସାମନ୍ଥାଙ୍କ ଏହି ଟାଟୁ ତାଙ୍କ ପଂଜରା ଉପରେ ରହିଛି , ଯାହା ତାଙ୍କ ଟପ ତଳେ ଲୁଚି ରହିଥାଏ ।

 

View this post on Instagram

 

Living my best life …?… (the only tattoo that I’ve been hiding finally on display ?) @chayakkineni my husband my world ❤️

A post shared by Samantha Akkineni (@samantharuthprabhuoffl) on

ସେ ଏହି ଫଟୋ ଶେୟାର ରି ଲେଖିଛନ୍ତି ଯେ ସେ ମଜାଦାର ଜୀବନ ବଂଚୁଛନ୍ତି । ତାଙ୍କର ଏହି ଗୋଟେ ମାତ୍ର ଟାଟୁ ଯାହାକୁ ସେ ଲୁଚାଇ ରଖିଥିଲେ , ଫାଇନାଲି ତାହା ଦେଖାଯାଉଛି । ଏହାପରେ ସେ ଲେଖିଛନ୍ତି ତାଙ୍କ ସ୍ୱାମୀ ତାଙ୍କ ଦୁନିଆ ଅଟନ୍ତି । ସେହିଭଳି ସାମନ୍ଥା ଏହି ପୋଷାକରେ ଆହୁରି ଅନେକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଦେଖନ୍ତୁ ଫଟୋ –

 

View this post on Instagram

 

✌️

A post shared by Samantha Akkineni (@samantharuthprabhuoffl) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More