Only for Entertainment

ଖୁବ ମୋଟି ଥିଲେ ସାରା ଅଲି ଖାନ, ୯୬ କିଲୋ ହିରୋଇନର ଫିଲ୍ମ କିଏ ଦେଖିବ?

bollywood tadka
37

ନିଜର ପ୍ରଥମ ଦୁଇଟି ଫିଲ୍ମରେ ବଲିଉଡରେ ଏକ ପରିଚୟ ସୃଷ୍ଟି କରିଥିବା ସାରା ଅଲି ଖାନ ଦିନେ ଖୁବ ମୋଟି ଥିଲେ । ନିକଟରେ ଦେଇଥିବା ଏକ ଇଂଟରଭ୍ୟୁରେ କହିଛନ୍ତି ୯୬ କିଲୋ ଓଜନର ହିରୋଇନକୁ କେହି ମଧ୍ୟ ଦେଖିବାକୁ ପସନ୍ଦ କରିବେ ନାହିଁ । ତେଣୁ ଫିଲ୍ମକୁ ଆସିବା ପୂର୍ବରୁ ସେ ତାଙ୍କ ଓଜନ କମ କରି ଦେଇଛନ୍ତି ।

ସାରା ଅଲି ଖାନ ଇଂଟରଭ୍ୟୁରେ କହିଛନ୍ତିଯେ ତାଙ୍କୁ ପଲିସିଷ୍ଟିକ ସିଣ୍ଡ୍ରମ ସମସ୍ୟା ଥିଲା । ଏହି ରୋଗ ହେଲେ ଓଜନ ବଢିଯାଏ ଏବଂ କେବେ କେବେ ଏଥିପାଇଁ ଜୀବନ ମଧ୍ୟ ଚାଲିଯାଏ । ତେଣୁ ସେ ୧ ବର୍ଷରେ କଠିନ ପରିଶ୍ରମ କରି ଓଜନ କମ କଲେ । ଏବେ ସାରା ଖୁବ ଫିଟ । ତାଙ୍କୁ ଦେଖିବା ପରେ କେହି ମଧ୍ୟ ବିଶ୍ୱାସ କରିବେ ନାହିଁଯେ ଦିନେ ସେ ୯୬ କିଲୋ ଓଜନ ଥିଲେ । ନିଜକୁ ଫିଟ ରଖିବା ପାଇଁ ସାରା ହେଲଦି ଡାଇଟ ସହିତ ଅଧିକାଂଶ ସମୟ ଜିମରେ ବିତାଉଛନ୍ତି । ଏବେ ସାରା ‘ଲଭ ଆଜ କଲ ଟୁ’ ସୁଟିଂରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More