Only for Entertainment

ଏହି ବିଗବସ ପ୍ରତିଯୋଗୀଙ୍କୁ ପସନ୍ଦ କରୁଛନ୍ତି ଶିଳ୍ପା ସିନ୍ଦେ

20

ବିଗବସ ୧୧ର ବିଜେତା ଶିଳ୍ପା ସିନ୍ଦେ ବିଗବସ ସିଜନ ୧୨ରେ ଖୋଲିକରି ନିଜ ପ୍ରିୟ ପ୍ରତିଯୋଗୀକୁ ସପୋର୍ଟ କରିଥିଲେ । କିନ୍ତୁ ଶିଳ୍ପା ସିନ୍ଦେ ଙ୍କ ମତରେ ସୋସିଆଲ ମିଡିଆରେ ଖୁବ ଚାଂଚଲ୍ୟ ସୃଷ୍ଟି ହୋଇଥିଲା । ଯାହାପରେ ଅଭିନେତ୍ରୀ ଇଂଷ୍ଟାଗ୍ରାମ ଏବଂ ଟ୍ୱିଟରରେ ଆକ୍ଟିଭ ରହିବାକୁ ଲାଗିଲେ ।

 

ନିକଟରେ ଶିଳ୍ପାଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ସେ କିଛି ପ୍ରଶ୍ନର ଉତ୍ତର ଦେଉ ଥିବାର ନଜର ଆସିଛି । ତେବେ ଭିଡ଼ିଓରେ ଶିଳ୍ପାଙ୍କୁ ଯେତେବେଳେ ତାଙ୍କ ପ୍ରିୟ ପ୍ରତିଯୋଗୀଙ୍କ ନାମ ପ୍ରଶ୍ନ କରାଗଲା, ସେ କହିଲେ ମୁଁ ଆଜି ପର୍ଯ୍ୟନ୍ତ ଏପିସୋଡ ଯେତିକି ଦେଖିଛି ସବୁଠାରୁ ଅଧିକ ମୋତେ ଆସୀମ ରିୟାଜ ଭଲ ଲାଗନ୍ତି । ସେ ଖୁବ ସଚ୍ଚୋଟ ଏବଂ ସ୍ୱାଭିମାନୀ । ଅବଶ୍ୟ ଶିଳ୍ପା ଶୋ’କୁ ନେଇ କିଛି ଖୋଲିକରି କହିଲେ ନାହିଁ, କିନ୍ତୁ ଆସୀମଙ୍କୁ ପ୍ରଶଂସା କଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More