Only for Entertainment

ଭୁତ ହୋଇ କୋ-ଷ୍ଟାରଙ୍କୁ ଡରାଉଥିବାର ନଜର ଆସିଲେ ଏହି ଅଭିନେତ୍ରୀ, ଭାଇରାଲ ହେଲା ଭିଡିଓ

insta pic
52

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବେ ନିଜର ଆଗାମୀ ଫିଲ୍ମ ଷ୍ଟ୍ରିଟ ଡ୍ୟାନ୍ସରର ସୁଟିଂରେ ବ୍ୟସ୍ତ ଅଛନ୍ତି । ଶ୍ରଦ୍ଧା ନିଜର ମସ୍ତି ଭରା ଅନ୍ଦାଜ ପାଇଁ ଇଣ୍ଡଷ୍ଟ୍ରୀରେ ବେଶ ପରିଚିତ । ଷ୍ଟ୍ରିଟ ଡ୍ୟାନ୍ସର ସେଟରେ ମଧ୍ୟ ସେ ନିଜ କୋ-ଷ୍ଟାର ମାନଙ୍କ ସହିତ ମସ୍ତି କରୁଥିବାର ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଶ୍ରଦ୍ଧା କପୁରଙ୍କ ଭଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଶ୍ରଦ୍ଧା ଭୁତ ହୋଇ କୋ-ଷ୍ଟାରମାନଙ୍କୁ ଡରାଉଥିବାର ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଶ୍ରଦ୍ଧାଙ୍କ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସ ମଧ୍ୟ ଶ୍ରଦ୍ଧାଙ୍କ ଏପରି ଅନ୍ଦାଜ ଦେଖି ନିଜ ହସକୁ ରୋକି ପାରୁ ନାହାଁନ୍ତି ।

 

ଅଭିନେତ୍ରୀ ଶ୍ରଦ୍ଧା କପୁର ନିଜ ଇଂଷ୍ଟାଗ୍ରାମ ଷ୍ଟୋରୀରେ ଏହି ଭିଡିଓକୁ ସେୟାର କରିଥିଲେ । ଏହି ଭିଡିଓକୁ ଶ୍ରଦ୍ଧାଙ୍କ ଫ୍ୟାନ୍ସ କ୍ଲବ ଗୁଡିକ ମଧ୍ୟ ସେୟାର କରିଛନ୍ତି । ଫିଲ୍ମ ବିଷୟରେ କହିବାକୁ ଗଲେ ଷ୍ଟ୍ରିଟ ଡ୍ୟାନ୍ସର ଏବିସିଡି ସିରିଜର ତୃତୀୟ ଫିଲ୍ମ । ଫିଲ୍ମରେ ଶ୍ରଦ୍ଧା କପିର ଏବଂ ବରୁଣ ଧୱନଙ୍କ ଯୋଡି ଦେଖିବାକୁ ମିଳିବ । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡି-ସୁଜା ।

 

View this post on Instagram

 

Little time pass is allowed @sushantkhatri148 #SD3 ?

A post shared by Shraddha (@shraddhakapoor) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More