Only for Entertainment

ସାଉଥ ହରର କମେଡିର ହିନ୍ଦୀ ରିମେକରେ କାମ କରିବେ ଅକ୍ଷୟ, ତାଙ୍କ ସହ ନଜର ଆସିବେ ଏହି ଅଭିନେତ୍ରୀ !

27

ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ପ୍ରତିବର୍ଷ ଅନେକ ସାରା ନିଆରା ଫିଲ୍ମ ନେଇ ଆସିଛନ୍ତି । ଏହି ଫିଲ୍ମ ଗୁଡିକ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସେ ଏବଂ ଏହି ଫିଲ୍ମ ପାଇଁ ସେ ଖୁବ ଚର୍ଚ୍ଚାରେ ରହିଥାଆନ୍ତି । ଏବେ ଏବେ ଖବର ସାମ୍ନାକୁ ଆସିଛି ଅକ୍ଷୟ ନିଜର ଆଗାମୀ ଫିଲ୍ମକୁ ନେଇ ଖୁବ ଉତ୍ସାହର ସହ ଚାହିଁ ବସିଛନ୍ତି । ନିକଟରେ ଏହି ଫିଲ୍ମ ବିଷୟରେ ଶୁଣିବାକୁ ମିଳିଛି ଯାହା ବିଷୟରେ ଆମେ ଆପଣଙ୍କୁ ଏଠାରେ କହିବାକୁ ଯାଉଛୁ ।

ଅସଲରେ କିଛି ସମୟରୁ ଏହି ଖବର ଶୁଣିବାକୁ ମିଳିଛି ଅକ୍ଷୟ କୁମାର ସାଉଥ ହରର କମେଡି ଫିଲ୍ମ ‘କଂଚନା୨’ର ରିମେକରେ ନଜର ଆସି ପାରନ୍ତି ।

ଅର୍ଥାତ ଏହି ଫିଲ୍ମର ହିନ୍ଦୀ ରିମେକ ପାଇଁ କାମ କରିବାକୁ ଯାଉଛନ୍ତି । ଏହାର ଖବର ଆଗରୁ ମଧ୍ୟ ଶୁଣିବାକୁ ମିଳିଥିଲା । ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ଫିଲ୍ମର ନା ଲକ୍ଷ୍ମୀ ହୋଇପାରେ । ସେହିଭଳି ଖବର ମୁତାବକ ଏହି ଫିଲ୍ମର ସୁଟିଂ ବର୍ଷର ଶେଷରେ ଆରମ୍ଭ ହୋଇପାରେ ।

ଏହାବ୍ୟତୀତ ଖବର ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ଅକ୍ଷୟ କୁମାର ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ସୁର୍ଯ୍ୟବଂଶୀ ପରେ ଏହି ଫିଲ୍ମ ପାଇଁ ସୁଟିଂ ଆରମ୍ଭ କରିପାରନ୍ତି । ଯଦି କାଂଚନା ବିଷୟରେ କୁହାଯାଏ ତେବେ ଅଭିନେତ୍ରୀ ଶୋଭିତା ଧୁଲିପଲାଙ୍କୁ ମୁଖ୍ୟ ଭୂମିକାରେ କାଷ୍ଟ କରିବା ପାଇଁ ବିଚାର ମଧ୍ୟ କରିଛନ୍ତି । ଏହି ଆଗାମୀ ପ୍ରୋଜେକ୍ଟକୁ ଶବୀନା ଖାନ ଏବଂ ତୁଷାର କପୂର ପ୍ରଡ୍ୟୁସ କରିବେ ବୋଲି ଅନୁମାନ କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More