Only for Entertainment

ହ୍ରିତିକ ରୋଶନଙ୍କ ବହୁତ ବଡ ଫ୍ୟାନ ଏହି ଅଭିନେତ୍ରୀ ! କହିଲେ, ‘ଅନସ୍କ୍ରିନ ନୋ-କିସିଂ ପଲିସି ଭାଙ୍ଗିବି ତ କେବଳ ତାଙ୍କ ପାଇଁ…’

bollywood life
48

ଆଜିକାଲି ଫିଲ୍ମରେ କିଲସିଂ ସିନ ରହିବା ସାଧାରଣ କଥା ହୋଇଗଲାଣି । ନା କେବଳ ବଲିଉଡରେ ସାଉଥ ଇଣ୍ଡିଆନ ଫିଲ୍ମରେ ମଧ୍ୟ ଏହା ଦେଖିବାକୁ ମିଳିଛି । ଆଲିଆ ଭଟ୍ଟ, ଦୀପିକା ପାଦୁକୋନ , କରୀନା କପୁର ଖାନଙ୍କ ଠାରୁ ଆରମ୍ଭ କରି ରକୁଲ ପ୍ରିତ ସିଂଙ୍କ ପର୍ଯ୍ୟନ୍ତ ସମସ୍ତ ଷ୍ଟାର ଅନସ୍କ୍ରିନ କିସ କରି ସାରିଛନ୍ତି । କିନ୍ତୁ ବାହୁବଳୀ ଫେମ ଅଭିନେତ୍ରୀ ତମନ୍ନା ଭାଟିଆ ତାଙ୍କ କ୍ୟାରିଅରରେ ନୋ-କିସ ପଲିସି ଆପଣାଇ ଥିବା ଦେଖିବାକୁ ମିଳିଛି । ସେ ତାଙ୍କ କ୍ୟାରିଅରରେ ଏପର୍ଯ୍ୟନ୍ତ ଅନସ୍କ୍ରିନ କିସ କରିନାହାଁନ୍ତି ।

ନିକଟରେ ତମନ୍ନା ଫିଲ୍ମଫେୟରକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଥିଲେ, ଫିଲ୍ମରେ କିସ ସିନ ନକରିବା ପାଇଁ ସେ କଣ୍ଟ୍ରାକ୍ଟ ସମୟରେ ହିଁ କହିଦେଇଥାନ୍ତି । ତମନ୍ନା ଭାଟିଆ ଏହା ମଧ୍ୟ କହିଛନ୍ତି ଯେ, ସେ ହ୍ରିତିକ ରୋଶନଙ୍କ ବହୁତ ବଡ ଫ୍ୟାନ । ନିକଟରେ ହ୍ରିତିଙ୍କ ସହିତ ଯେବେ ତାଙ୍କର ଦେଖା ହୋଇଥିଲା ସେ କେମିତି ରିଆକ୍ଟ କରିବେ ଜାଣି ପାରିନଥିଲେ । ତମନ୍ନାଙ୍କ କହିବା ଅନୁସାରେ ସେ ହ୍ରିତିକଙ୍କୁ ଦେଖି ୧୬ ବର୍ଷର ଛୁଆ ହୋଇଯାଇଥିଲେ ।

tamanna

ତମନ୍ନା ଏହା ମଧ୍ୟ କହିଥିଲେ, ମୁଁ ସ୍କ୍ରିନରେ କିସ କରେ ନାହିଁ ଏବଂ ଏହା ମୋ କଣ୍ଟ୍ରାକ୍ଟର ଏକ ପାର୍ଟ । କିନ୍ତୁ ମୋ ସାଙ୍ଗମାନଙ୍କୁ ମଜାରେ କହିଥାଏ ହ୍ରିତିକଙ୍କ ପାଇଁ ମୁଁ ନୋ କିସ ପଲିସି ଭାଙ୍ଗି ପାରିବି । ଫିଲ୍ମ ବିଷୟରେ କହିବାକୁ ଗଲେ ତମନ୍ନା ଖୁବ ଶୀଘ୍ର ଫିଲ୍ମ ‘ମହାଲକ୍ଷ୍ମୀ’ରେ ନଜର ଆସିବେ । ଏହି ଫିଲ୍ମ କଙ୍ଗନାଙ୍କ ଫିଲ୍ମ ‘କ୍ୱିନ’ର ରିମେକ । ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ନୀଳକଣ୍ଠ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More