Only for Entertainment

ଭୂତ ଭୂମିକାରେ ଅଭିନୟ କରୁକରୁ ଅଭିନେତାଙ୍କ ଶରୀରରେ ସବାର ହେଲା ଭୂତ !

The Indian Express
0 36

ସମୟ ସମୟରେ ଆମେ ପାଖରେ ଯେମିତି କେହି ଜଣେ ଅଛି, ଯିଏକି ଅଦୃଶ୍ୟ ହୋଇଅଛି ଭଳି ଅନୁଭବ ହୋଇଥାଏ। ତେବେ ଏସବୁକୁ ଅପ୍ରାକୃତିକ ଘଟଣା ବୋଲି କୁହାଯାଇଥାଏ। ଏମିତି ବି କେତେକ ଘଟଣା ଶୁଣିବାକୁ ମିଳିଛି ଯେ, ହରର ସିନେମା ବା ସୋ’ କରୁଥିବା ସମୟରେ ସେ ଅଭିନେତା ହୁଅନ୍ତୁ ଅବା ଅଭିନେତ୍ରୀ କିମ୍ବା ସେଟରେ ଥିବା ଅନ୍ୟ କଳାକାରମାନେ ଭୂତ ପ୍ରେତ ଥିବା ଆଦି ଅନୁଭବ କରିଥାଆନ୍ତି। ତେବେ ଏହି ଘଟଣାକୁ ନେଇ କୁହାଯାଇଥାଏ କି ହରର ସିନେମା ବା ସୋ’ କରୁଥିବା ସମୟରେ ନକରାତ୍ମକ ଶକ୍ତି ଅଧିକ ଥାଏ, ତେଣୁ ଲୋକମାନଙ୍କୁ ଏଭଳି ଅସ୍ୱାଭାବିକ ପରିସ୍ଥିତିର ଅନୁଭବ ହୋଇଥାଏ।

ତେବେ ନିକଟରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ହରର ସିନେମା ସୁଟିଂ ସମୟରେ ଭୂତର ଭୂମିକା ନିଭାଉଥିବା କମ୍ବୋଡିୟାନ୍ ଅଭିନେତା ଶରୀର ଭିତରେ ଏକ ଆତ୍ମ ପ୍ରବେଶ କରିଥିବା ଶୁଣିବାକୁ ମିଳୁଛି। କେବଳ ଏତିକି ନୁହେଁ ସେ ନିଜର ସାଥୀ କୋ-ଷ୍ଟାର ଉପରେ ବି ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ। ଫେସବୁକ ପୋଷ୍ଟ ମୁତାବକ, ଅଭିନେତା ଜଣକ ତାର କୋ-ଷ୍ଟାରକୁ ଏକ ପତଳା ତାର ଜରିଆରେ ଗଳା ଦବାଇବା ପାଇଁ ଚେଷ୍ଟା କରିଥିଲେ। କୋ-ଷ୍ଟାର ଜଣକ ଅଭିନେତା କବଳରୁ କଳେବଳେ କୌଶଳେ ବର୍ତ୍ତି ଯାଇଥିଲେ। ତାଙ୍କ ଗଳାରେ ଆଘାତ ଚିହ୍ନ ଥିବା ଦେଖିବାକୁ ମିଳିଛି।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓକୁ ଫେସବୁକ ବ୍ୟବହାରକାରୀ ସୋଖାତ୍ୟଥ ତିନିଟି ଫଟୋଚିତ୍ର ଓ ଭିଡିଓ ସହିତ ସେୟାର କରିଛନ୍ତି। ଏହି ଭିଡିଓରେ କାଷ୍ଟ ଓ କ୍ରୁ ମେମ୍ବର୍ସ ଆତ୍ମା ସହିତ କଥା ହେବାକୁ ଚେଷ୍ଟା କରୁଛନ୍ତି କି ସେ ଅଭିନେତାଙ୍କ ଶରୀରକୁ ଛାଡ଼ି ଚାଲିଯାଉ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More